ଡୁମ୍ବୁଳା ଯାତ୍ରାରେ ମହିଳାଙ୍କ ବେକରୁ ସୁନା ମାଳି ଲୁଟ୍

0
487

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବଡ଼ ଡୁମ୍ବୁଳା ଗ୍ରାମ ସ୍ଥିତ ମାଁ ବାଙ୍କେଶ୍ୱରୀଙ୍କ ଯାତ୍ରାରେ ଜଣେ ମହିଳାଙ୍କ ବେକରୁ ପ୍ରାୟ ୨ ଭରି ଓଜନର ସୁନା ଖାସୁ ମାଳି କେହି ଦୁର୍ବୃତ୍ତ କାଟି ନେଇଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ,ବଡ଼ ଡୁମ୍ବୁଳା ଠାରେ ଦୀର୍ଘ ୩ ଦିନ ବ୍ୟାପି ମାଁ’ଙ୍କ ଯାତ୍ରା ଲାଗିଥିଲା । ଗତ ସୋମବାର ସକାଳ ପ୍ରାୟ ସାଢେ଼ ୯ ଟାରେ ଗଣିଆ ନାଳ ଛକର ତାରିଣୀ ସାହୁ ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟମଣି ବାଙ୍କେଶ୍ୱରୀ ପୀଠରେ ଦର୍ଶନ କରି ଫେରୁଥିଲେ । ପ୍ରବଳ ଭିଡ଼ର ସୁଯୋଗ ନେଇ ଦୁଇଜଣ ମହିଳା ତାଙ୍କୁ ଠେଲି କୌଶଳ କ୍ରମେ ତାଙ୍କ ବେକରୁ ୧୧ଟି ସୁନାଖାସୁ ଥିବା ମାଳିଟିକୁ ନେଇ ଆଖି ପିଛୁଳାକେ ଯାତ୍ରୀଙ୍କ ଭିଡ଼ ଭିତର ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୋଲିସ ୨ ଅଣ ଓଡ଼ିଆ ସନ୍ଦିଗ୍ଧ ମହିଳାଙ୍କୁ ଚିହ୍ନଟ କରିଥିଲେ। ଅଭିଯୁକ୍ତା ଦ୍ୱୟ ହେଲେ ପଶ୍ଚିମବଙ୍ଗ ଖଡ଼ଗ ପୁର ଥାନା ଗୋଲବଜାର ଗ୍ରାମର ମାଆ ବିଦ୍ୟା ସେଠୀ ଓ ଝିଅ ଲକ୍ଷ୍ମୀ ସେଠୀ । ଏହି ଦୁଇ ମହିଳାଙ୍କୁ ପୋଲିସ ଗିରଫ କରିବା ସହ କେସ ନଂ.୪୯/୨୦ ଦଫା – ୩୭୯/୩୪ ରୁଜୁ କରି ବୁଧବାର ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତା ଲକ୍ଷ୍ମୀ ଙ୍କ ନିକଟରୁ ଚୋରି ଯାଇଥିବା ସୁନା ଖାସୁ ମାଳି ଓ ୧୧ ଶହ ଟଙ୍କା ପୋଲିସ ଜବତ କରିଛନ୍ତି । ବାହାର ରାଜ୍ୟ ସୁଦୂର ଖଡ଼ଗପୁର, ଗୋଲ ବଜାର,ପଶ୍ଚିମ ମେଦିନ ପୁର ଗ୍ରାମରୁ କିଛି ମହିଳା ଓ ପୁରୁଷ ଲୁଟେରା ଲୁଟ କରିବା ପାଇଁ ଭିଡ଼ ମଧ୍ୟକୁ ଆସିଥାନ୍ତି ।

LEAVE A REPLY

Please enter your comment!
Please enter your name here