ସାନକୋଦଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

0
560

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାନକୋଦଣ୍ଡା ଗ୍ରାମ ପଞ୍ଚାୟତରେ ସାନକୋଦଣ୍ଡା କ୍ରିକେଟ ତୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ସାନକୋଦଣ୍ଡା ଗ୍ରାମ ପଂଚାୟତର ଯୁବ ଇଂଜିନିୟର ଦୁର୍ଗା ପ୍ରାସଦ ତ୍ରିପାଠୀ ଉଦଘାଟନ କରିବା ସହ ସମସ୍ତ ଖେଳାଳି ମାନଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ। ଏହି ତୁର୍ଣ୍ଣାମେଣ୍ଟ ରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମଉଦ୍ଘାଟନୀ ମ୍ୟାଚରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ଟି କୁଲାଡ଼ ଓ କାଳିଆଗୁଡା ମଧ୍ୟରେ ହୋଇଥିବା ବେଳେ କୁଲାଡ଼ ଦଳ ୪ ଉଇକେଟ ରେ ବିଜୟ ଲାଭ କରିଥିଲା ଓ ଅନ୍ୟ ଏକ ମୁକାବିଲା ରେ ସାନକୋଦଣ୍ଡା ଓ ଡୁମାକୁମ୍ପ ମଧ୍ୟରେ ହୋଇ ଥିବା ବେଳେ ସାନକୋଦଣ୍ଡା ଦଳ ୮୩ରନର ବୃହତ ବ୍ୟବଧାନ ରେ ଜିତି ଥିଲା।ଏହି ତୁର୍ଣ୍ଣାମେଣ୍ଟ ଦୀର୍ଘ ୧୦ ଦିନ ଧରି ଚାଲିବାକୁ ଥିବା ବେଳେ ତୁର୍ଣ୍ଣାମେଣ୍ଟ କୁ ମଙ୍ଗୁଳୁ ପ୍ରଧାନ,ଲକ୍ଷଣ ସ୍ବାଇଁ, ଶେଷଦେଵ ଗୌଡ଼, ଦୁର୍ଗା ପ୍ରସାଦ ତ୍ରିପାଠୀ,ସୁଶୀଲ କୁମାର ରାଉତ,ଚିରଞ୍ଜିବି ଗୌଡ଼ ପ୍ରମୁଖ ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here