ଗୋବରି(ନୁଆଗୁଡା)ବାବା ଝାଡେସ୍ଵର ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

0
510

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋବରି ନୁଆଗୁଡା ମିନି ଷ୍ଟାଡିୟମ ରେ ବାବା ଝାଡେସ୍ଵର ଫୁଟବଲ ଟୁର୍ନାମେଣ୍ଟ -୨୦୨୧ଉଦ୍ ଘାଟିତ ହୋଇ ଯାଇଛି।ଏହି ଅବସରରେ ଟୁର୍ଣ୍ଣାମେଣ୍ଟ କମିଟି ର ସହଯୋଗ ରେ ଆଜି ତା ୧୩/୧୦/୨୦୨୧ ରୁ ତା୧୭/୧୦/୨୦୨୧ପର୍ଜ୍ୟନ୍ତ ହେବାକୁ ଥିବା ଟୁର୍ନାମେଣ୍ଟ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି।ଉକ୍ତ ଟୁର୍ନାମେଣ୍ଟ କୁ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଙ୍କ କର କମଳ ରେ ଉଦ୍ ଘାଟନ କରାଯାଇ ଥିବା ବେଳେ ସନ୍ମାନ୍ନିତ ଅତିଥି ଭାବେ ବ୍ଲକ ସଭାପତି ଉଦୟ ନାଥ ନାୟକ,ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ, ବିଧାୟକ ପ୍ରତିନିଧି ରାମଧର ମାଝୀ,ବ୍ଲକ ସମ୍ପାଦକ ରଞ୍ଜନ ବେପାରୀ,ଧୋଡ୍ରାସମିତି ସଭ୍ୟ ସଦା ପୁଝାରି ଓ ମୁଖ୍ୟ ବକ୍ତା ଭାବେ କେଦାରେସ୍ଵର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।ଉକ୍ତ ଟୁର୍ନାମେଣ୍ଟ ରେ ୧୬ ଟି ଟିମ + ୧୬ ଟି ଟିମ ଙ୍କ ମଧ୍ୟରେ ପ୍ରତିଯୋଗିତା ହେବ,ଯାହାକି ଦୁଇଟି ଫାଇନାଲ ମ୍ୟାଚ୍ ହେବ ପ୍ରଥମ ବିଜେତା ଦଳ ମାନଙ୍କୁ ୬ହଜାର ଏବଂ ଦ୍ୱିତୀୟ ବିଜେତା ଦଳ ମାନଙ୍କୁ ୪ ହଜାର ଟଙ୍କା ଦିଆ ଯିବାର ବ୍ୟବସ୍ତା କମିଟି ତରଫରୁ କରାଯାଇଛି।ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଦଳ ପ୍ରବେସିକା ଫି ୫୦୦ ଟଙ୍କା ପୈଠ କରିବା ସହ ରେଫରି ଙ୍କ ନିସ୍ପତିକୁ ସମସ୍ତେ ମାନିବାକୁ ବାଧ୍ୟ ରହିବେ।ପ୍ରତି ଦଳର ଖେଳାଳି ୧୧ ଜଣ ଓ ଅତିରିକ୍ତ୍ ୩ ଜଣ ଖେଳାଳି ରହିବେ।ଖେଳ ୨୫ ମି- ୨୫ ମି ସମୟ ସୀମା ରେ ଖେଳା ଯିବ।ପ୍ରତ୍ୟେକ ଦିନ ସକାଳ ୯ ଘଣ୍ଟା ରେ ଖେଳ ଆରମ୍ଭ ହେବ।ଟୁର୍ନାମେଣ୍ଟ ର ସଭାପତି ଦୈନୁ ମାଳି, ଉପ ସଭାପତି ଶୁକମନ ଭତ୍ରା,ସମ୍ପାଦକ ଗୋପୀନାଥ ଭତ୍ରା,ରିଚାର୍ତ୍ ନାୟକ,ଉପଦେଷ୍ଟା କମିଟି ଓ ପରିଚାଳନା କମିଟି ର କର୍ମ କର୍ତା ମାନଙ୍କ ସହଯୋଗ ରେ ଚାଲୁ ରହିଛି।ଦେଖଣାହାରି ମାନେ ଖେଳାଳି ମାନଙ୍କୁ ଉତ୍ଛାହ ଦେବା ସହିତ ଖେଳ କୁ ମନଭରି ଉପ ଭୋଗ କରୁଛନ୍ତି ଓ ଆନନ୍ଦ ପାଉଛନ୍ତି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here