ରାସ୍ତା ଦବିଲା, ନିମ୍ନମାନର କାମ ପଦାରେ ପଡିଲା

0
748

ଦାରିଙ୍ଗବାଡ଼ି(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦବି ଯିବା ଫଳରେ ଯାତାୟାତରେ ଘୋର ସମସ୍ୟା ଦେଖାଯାଇଛି। ଦାରିଙ୍ଗବାଡ଼ି ଚାରିଛକଠାରୁ ପ୍ରାୟ ଦେଢ଼ କିମି ଦୂର କଲେଜ ନିକଟ ପୋଲକୁ ସଂଯୋଗ କରୁଥିବା ଏହି ରାସ୍ତା ଦବି ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ମରାମତି କରାନଯାଇ ବିଭାଗ ପକ୍ଷରୁ କେବଳ ପଥର ମାଟି ଦେଇ ତାଳିପକା କାମ କରି ଛାଡି ଦିଆଯାଇଛି। ଫଳରେ ଦିନ ହେଉ ଅଥବା ରାତିରେ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟିବା ଅଧିକ ଆଶଙ୍କା ରହିଛି। ସେହି ରାସ୍ତା ଦେଇ ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ, ଗଜପତି ଜିଲା ମୋହନା, ବ୍ରହ୍ମପୁରକୁ ବସ ଚାଳଚଳ ସହ ଭାରିଯାନ ଯାତାୟାତ କରିଥାଏ। ବିଭାଗ ପକ୍ଷରୁ ତୁରନ୍ତ ଉକ୍ତ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here