ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ମହନୀୟତା ଏବେ ଚର୍ଚ୍ଚାର ବିଷୟ ହୋଇଛି

0
1252

ସାନଖେମୁଣ୍ଡି(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ ) : ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ମହନୀୟତା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଥିପାଇଁ ତାଙ୍କୁ ସବୁ ମହଲରୁ ତାଙ୍କୁ ପ୍ରସଂଶା କରାଯାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜି.ଦାମୋଦରପଲ୍ଲୀ ପଂଚାୟତ ଅନ୍ତର୍ଗତ ଜି.ଦାମୋଦରପଲ୍ଲୀ ଗ୍ରାମର ବର୍ଷିୟାନ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସର୍କିଲ ରେଡ୍ଡୀଙ୍କ ମୃତ୍ୟୁ ଖବର ପାଇବା ପରେ ବିଧାନସଭା ବୈଠକରେ ଯୋଗଦେବାକୁ ଭୁବନେଶ୍ୱରରେ ଥିବା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ସ୍ବର୍ଗତ ନେତାଙ୍କ ଅନ୍ତିମ ସଂସାର ନିମନ୍ତେ ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ପହଞ୍ଚିଥିଲେ। ନିଜେ ମରଶରୀରକୁ କାନ୍ଧରେ ଧରି ଅନ୍ତେଷ୍ଟି କାର୍ଯ୍ୟରେ ସାମିଲ ହୋଇଥିଲେ। ଏବଂ ପରଲୋକ ଗମନ କରିଥିବା ସ୍ୱର୍ଗତ ନେତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here