ବେଆଇନ ରନ୍ଧା ମଦ ଜବତ ଜଣେ ଗିରଫ

0
308

ପାରଳାଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଥ ଏବଂ କାଶୀନଗର ଥାନା ଅଧୀନରେ ଥିବା କିଛି ପ୍ରମୁଖ ପଞ୍ଚାୟତ ଅଞ୍ଚଳରେ ବେଆଇନ ଭାବେ ମଦ ରନ୍ଧା ସମୟରେ ଚଢାଉ କରି ଜଣକୁ ଗିରଫ କରାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ବ୍ଲକର ସିଙ୍ଗିପୁର, ସିରିଡା, ବୁର୍ତ୍ତିଗୁଡା ଆଦି ଗ୍ରାମରେ ଚଢାଉ କରାଯାଇ ନାମକୁ ମାତ୍ର ୨୮୦ ଲିଟର ବେଆଇନ୍ ରନ୍ଧା ମଦ ଜବତ କରାଯାଇଥିବାର ସୂଚନା ମିଳିଛି । ଏହାସହ ୩୮୦୦ କେଜି ଗୁଡ ମହୁଲ ଓ ପୋଚ ଆଦି ନଷ୍ଟ କରି ଦିଆଯାଇଥିବାର ଅବକାରୀ ବିଭାଗୀୟ ସୂତ୍ରରୁ ପ୍ରକାଶ । ମଦ ଚାଲାଣରେ ବ୍ୟବହୃତଏକ ଅଟୋ (ଏପି୩୦ ଡବ୍ଲ୍ୟୁ ୭୭୯୯)କୁ ଜବତ କରିବା ସହ ଅଭିଯୁକ୍ତ ପାରଳାଖେମୁଣ୍ଡି ସହରର କାବିଟି ସାହିର ବାସିନ୍ଦା ଗାଣ୍ଟାମାଳତୀ ରାଓଙ୍କୁ ଗିରଫ କରାଯାଇଛି । ଏହି ଚଢାଉରେ କାଶୀନଗର ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ଆନୁକୂଲ୍ୟରେ ହୋଇଥିଲା । ଇନ୍‌ସ୍ପେକ୍ଟର ପଦ୍ମ ଚରଣ ସାହୁଙ୍କ ନେତୃତ୍ୱରେ ସବଇନିସ୍ପେକ୍ଟର ଚନ୍ଦ୍ର ଶେଖର ପଡିଆରି, ମୋବାଇଲ୍ ୟୁନିଟର ଏଏସ୍‌ଆଇ କିଶୋର ଚନ୍ଦ୍ର ରଥ, ମୋଜନି ଶବର, ଚିତ୍ତ ରଂଜନ ଜେନା, କାହ୍ନୁ ଚରଣ ବଡଦଳାଇ, ପ୍ରେମାନନ୍ଦ ଗୌଡ ପ୍ରମୁଖ ଚଢାଉରେ ଭାଗ ନେଇଥିଲେ ଦୁଃଖର ବିଷୟ ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଶିଙ୍ଗିପୁର ଅଞ୍ଚଳ ଏହି ବେଆଇନ ଦେଶି ରନ୍ଧା ମଦ ବାକଡଲିମନ ବ୍ରାଣ୍ଡ ନାମରେ ପ୍ରସିଦ୍ଧ ଯାହାକୁ କହିଲେ ଏହି ଅଞ୍ଚଳରେ ବେଆଇନ ଦେଶି ମଦ ବିକ୍ରି କରିବା ମଧ୍ୟ ପରିଚିତ ତେଣୁ ବିଭିନ୍ନ ଅଞ୍ଚଳ ରୁ ଅଭିଯୋଗ ସତ୍ବେ ଜିଲ୍ଲା ପ୍ରଶାସନିକ ପକ୍ଷରୁ ବେଆଇନ ଦେଶି ମଦ ଧର ପଗଡ କରିବା ଯୋଗୁଁ ଅଞ୍ଚଳ ବାସିନ୍ଦା କିଛି ମାତ୍ରାରେ ବିଭାଗୀୟ କର୍ତୁପକ୍ଷ କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ କୁ କାଶୀନଗର ଥାନା ଓ ଅବକାରୀ ବିଭାଗ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here