ସର୍ଜରି ବିଶେଷଜ୍ଞଙ୍କ ମୃତ୍ୟୁ ; ହୃଦଘାତ ସନ୍ଦେହ

0
850

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଜଣେ ବିଶିଷ୍ଟ ଚିକିତ୍ସକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଜରି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଡାକ୍ତର ଶିଶିର କୁମାର ପ୍ରଧାନ ନିଜର ପତ୍ନୀ ଏବଂ ପୁଅଙ୍କ ସହ ଗତ ୫ ତାରିଖରେ ଫୁଲବାଣୀରୁ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ଲାଗି ଯାତ୍ରା ଆରମ୍ଭ କରିଥିଲେ। ସେ ସେଠାରେ ପହଞ୍ଚି ପତ୍ନୀ ଓ ପୁଅ ସହ ଏକ ଘୋଡ଼ାଗାଡ଼ିରେ ଯାଉଥିଲେ। ହଠାତ୍ ଡାକ୍ତର ଶିଶିର କୁମାର ପ୍ରଧାନ ଘୋଡ଼ାଗାଡ଼ିରୁ ତଳକୁ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ଡାକ୍ତର ଶିଶିର କୁମାର ପ୍ରଧାନଙ୍କର ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି।। ତାଙ୍କର ଅକାଳ ବିୟୋଗରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here