ଦୀର୍ଘ ୫ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲା ଭାଲୁ

0
248

ଝରୀଗାଁ :ଦୀର୍ଘ ୫ ଘଣ୍ଟା କାଳ ପରିଶ୍ରମ ପରେ ନବରଙ୍ଗପୁର wild life ଟିମ ଘରେ ପଶିଥିବା ଭାଲୁ କୁ ଉଦ୍ଧାର କରିଛନ୍ତି ।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରଣୀଚଛରା ଗ୍ରାମରେ ଆଜି ଦିନ ୧୨ ଟା ବେଳେ ଗ୍ରାମର ଜଗି ସାନ୍ତା ଙ୍କ ଘରେ ଏକ ଜଙ୍ଗଲୀ ଭାଲୁ ପଶିଥିଲା । ସେହି ସମୟରେ ଘର ଭିତରକୁ ୪ ଲୋକ ରହିଥିଲେ ଭାଲୁଟି ଭାଗ୍ୟ ବଶତଃ କାଠ ରଖୁଥିବା ରୁମ ରେ ପଶିଥିଲା ତେଣୁ ଅଳ୍ପ କୁ ରକ୍ଷା ପାଇଥିବା କହିଛନ୍ତି ପରିବାର ଲୋକ । ତେବେ ଭାଲୁ ପଶିଥିବା ରୁମ କୁ ବାହାରୁ ବନ୍ଦ କରି ଦିଆଯାଇଥିଲା । ଏହି ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେବାରୁ ଘଟଣା ସ୍ଥଳରେ ଝରିଗାଁ ବନବିଭାଗ ର କର୍ମଚାରୀ ମାନେ ପହଞ୍ଚିଥିଲେ ।ପରେ ନବରଙ୍ଗପୁର ଡିଏଫଓ ଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ wild life ସ୍ୱତନ୍ତ୍ର ଟିମ ଆସି ଭାଲୁକୁ ଦୀର୍ଘ ୫ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ଭାଲୁ କୁ ଚିକିତ୍ସା କରି ଜଙ୍ଗଲ କୁ ଛଡା ଯିବ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ ।

ରିପୋର୍ଟ :କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here