ଆସିକା ପୋଲିସ ଦ୍ୱାରା ୨ ନକଲି ଶିକ୍ଷକ ଗିରଫ

0
453

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ପୁଣି ସଫଳତା ମିଳିଛି । ନକଲି ପ୍ରମାଣପତ୍ର ଦାଖଲ କରି ଶିକ୍ଷକତା କରୁଥିବା ଅଭିଯୋଗରେ ଦୁଇଜଣ ନକଲି ଶିକ୍ଷକ ଗିରଫ ହୋଇଛନ୍ତି । ଗିରଫ ଦୁଇ ନକଲି ଶିକ୍ଷକ ହେଉଛନ୍ତି ଓକିଲା ବିଶୋୟୀ (୫୫) ଓ ଅଶୋକ ସାହୁ (୪୩) ଙ୍କୁ ପୋଲିସ ଗିରଫ କରିଛି। ଓକିଲା ମନ୍ତପଦା ହାଇସ୍କୁଲରେ ସହକାରୀ ଶିକ୍ଷକ ଥିବା ବେଳେ ଅଶୋକ କେନ୍ଦୁପଦର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଅଛନ୍ତି। ଏ ଦୁଇ ଜଣଙ୍କ ବିରୋଧରେ ଆସିକା ପୋଲିସ ଭାରତୀୟ ପିଙ୍ଗଳ କୋଡ଼ ର ୪୬୬, ୪୬୭, ୪୭୧ ଓ ୪୨୦ ଦଫାରେ ୪୬୬/୧୯ ନମ୍ବର କେସ ରୁଜୁ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଜଣରୁ ଅଧିକ ନକଲି ଶିକ୍ଷକଙ୍କୁ ଗିରଫ କରିସାରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here