ବ୍ରହ୍ମପୁର ପୋଲିସ ଦ୍ୱାରା ବେଆଇନ ଗୁଟୁଖା ଓ ମେସିନ ଜବତ

0
708

ବ୍ରହ୍ମପୁର ୪/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗତକାଲି ବ୍ରହ୍ମପୁର ସଦର ପୋଲିସ ଓ ବଡ଼ବଜାର ପୋଲିସ ଦ୍ୱାରା ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇ ବେଆଇନ ଭାବେ ତିଆରି ହେଉଥିବା ଗୁଟୁଖା ଜବତ କରାଯାଇଥିଲା |

କାଲି ସନ୍ଧ୍ୟା ୫ଟା ସମୟରେ ସଦର ପୋଲିସ ବୋରିଗାଁରେ ଚଢ଼ାଉକରି ବେଆଇନଭାବେ ଗୁଟୁଖା ତିଆରି କାରଖାନାରୁ ୧୩ ବସ୍ତା ଗୁଟୁଖା ଓ ୨ଟି ଗୁଟୁଖା ତିଆରିକରୁଥିବା ମେସିନ ଜବତ କରିଥିଲେ | ଏହି କାରଖାନା ବ୍ରହ୍ମପୁର ସହରର ବାସିନ୍ଦା ନାରାୟଣ ସାହୁ ର ବୋଲି ଜଣାପଡିଛି ଓ ତାକୁ ଗିରଫ କରି ୪୨୦ /୨୭୨ /୨୭୩ ଧାରା ଅନୁଯାଇ କେଶ (ନଂ୧୯୩/୩.୮.୧୯) ରୁଜୁ ହୋଇଛି | ଅନ୍ୟ ଏକ ଚଢ଼ାଉ ରେ ବଁଥପାଲ୍ଲୀ ଗ୍ରାମରେ ବେଆଇନ ଭାବେ ତିଆରି ହେଉଥିବା ୧୫ ବସ୍ତା ଗୁଟୁଖା ଓ ଗୋଟିଏ ମେସିନ ଜବତ କରାଯାଇଛି | ଏହି ଗ୍ରାମର କିଷାନ ସାହୁ କୁ ଅଭିଯୁକ୍ତ ଭାବେ ଗିରଫ କରାଯାଇ ୪୨୦/୨୭୨/୨୭୩ ଧାରା ଅନୁସାରେ କେଶ (ନଂ ୧୯୪/୩.୮.୧୯) ରୁଜୁ କରାଯାଇଛି |

LEAVE A REPLY

Please enter your comment!
Please enter your name here