ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ବସ୍ ଭଡ଼ା

0
489

ଭୁବନେଶ୍ୱର : ରାଜ୍ୟରେ କମିଲା ଘରୋଇ ବସର ଭଡା । ଡିଜେଲ ଦର ବୃଦ୍ଧି ଯୋଗୁଁ ଗତ ଜାନୁଆରି ୭ ତାରିଖରେ ବସ୍ ଭଡା ବୃଦ୍ଧି ଘଟିଥିଲା I ସୂଚନା ଅନୁସାରେ,ଅଡ଼ିନାରି ବସ୍ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ ଦର ହିସାବରେ ଯାତ୍ରୀମାନଙ୍କୁ ୬୮ ପଇସା ଦେବାକୁ ପଡ଼ିବ । ସେହିପରି ଏକ୍ସପ୍ରେସ୍ ବସରେ କିଲୋମିଟର ପିଛା ୭୧ ପଇସା ଦେବେ । ପୂର୍ବରୁ ଏହି ଦର ୭୨ ପଇସା ଥିଲା । ସେହିପରି ଡିଲକ୍ସ ବସରେ କିଲୋମିଟର ପିଛା ପୂର୍ବରୁ ୯୯ ପଇସା ଦେବାକୁ ପଡୁଥିଲା । କିନ୍ତୁ ଏବେ ନୂତନ ଦର ୯୭ ପଇସା ନିର୍ଦ୍ଧାରଣ କରି ଦିଆଯାଇଛି। ସେହିପରି ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୧ଟଙ୍କା ୨୧ ପଇସା ଥିବା ବେଳେ ଏବେ ଏହା ୨ ପଇସା ହ୍ରାସ ପାଇ ୧ଟଙ୍କା ୧୯ ପଇସା ହୋଇଛି I

LEAVE A REPLY

Please enter your comment!
Please enter your name here