ଇ-ସ୍କୁଲ ପ୍ରକଳ୍ପର ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ

0
719

ଛତ୍ରପୁର,୧୯/୭ (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) : ଆଇସିଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଗଞ୍ଜାମ ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡିଶାରେ ୪ହଜ଼ାର ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଇ ସି ଟି ପ୍ରକଳ୍ପ ଓ ସେଥିରେ ନିୟୋଜିତ ହୋଇଥିବା ସ୍କୁଲ କୋଡିନେଟର ମାନଙ୍କୁ ବର୍ତମାନ ଛଟେଇ କରାଯାଇଛି। ସେଥିରୁ ଗଞ୍ଜାମ ଜିଲ୍ଲାରୁ ୨୬୧ ଜଣ ରହିଛନ୍ତି। ଓଡିଶା ସରକାରଙ୍କ ଦ୍ୱାରା ୨୦୧୪ ମସିହାରୁ ଇ-ସ୍କୁଲ ନାମକ ଏହି ପ୍ରକଳ୍ପରେ ଏକ ବେସରକାରୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ଏହା ଦ୍ୱlରା ଓଡିଶାର 4ହଜ଼ାର ଉଚ୍ଚ ବିଦ୍ୟାଳୟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାଗଣାରେ କମ୍ପୁଟର ଶିକ୍ଷା ସହିତ ଅନlନ୍ୟା ପାଠ ବିଷୟ ଗୁଡିକରେ ମଧ୍ୟ୍ୟ ଗୁଣାତ୍ମକ ଶିକ୍ଷା ପାଇ ପାରୁଥିଲେ। ୨୦୧୯ରେ ପଞ୍ଚ ବର୍ଷର ଚୁକ୍ତି ଶେଷ ପରେ ଏହି ପ୍ରକଳ୍ପକୁ ସରକାର ବନ୍ଦ କରିବାକୁ ଯାଉଛନ୍ତି। ଯାହା ଫଳରେ ଏଥିରେ ନିୟୋଜିତ ଶିକ୍ଷକ ଛଟେଇ ହେବା ସହ ଛାତ୍ରଛାତ୍ରୀ ମାନେ କମ୍ପୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତେଣୁ ସରକାର ଛଟେଇ କୋରଡିନେଟର ମାନଂକୁ ବିଦ୍ୟାଳୟର ସଂଯୋଜକ ବଦଳରେ କମ୍ପୁଟର ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଇ ପୁନଃନିଯୁକ୍ତି ଦେବାକୁ ସଙ୍ଘ ଦାବି କରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆଇସିଟି ପ୍ରକଳ୍ପକୁ ରାଜ୍ୟ ସରକାର ଘରୋଇକରଣ ନକରି ନିଜସ୍ୱ ଅଧିନରେ ପରିଚଳିତ କରନ୍ତୁ ବୋଲି ସଙ୍ଘ ଦାବି କରିଛି। ଏ ନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରିଥିଲେ। ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସଙ୍ଘର ଉପ ସଭାପତି ମଳୟ କୁମାର ଚାନ୍ଦ, ସହ ସମ୍ପାଦକ ଭୈରଵ ଚରଣ ଦାସ, କୋକ୍ଷlଧକ୍ଷ ହୃଷିକେଶ ମିଶ୍ର, କମିଟି ମେମ୍ବର ରାଜେଶ ମୁଦୁଲି, ଶ୍ରୀକାନ୍ତ ପାତ୍ର, ନାରାୟଣ ଦାସ, ଗୋଲକ ବିହାରୀ ପଟନlୟକ ଓ ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here