ଓଡିଶା କୃଷକ ସଭା ର ବେଲଗୁଣ୍ଠା ତହସିଲ ସମୁଖ ରେ ବିକ୍ଷୋଭ

0
235

ବେଲଗୁଣ୍ଠା: ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଦିବାସୀ ଅଧିକାର ଆଇନ କାର୍ଯ୍ୟ କରିବା.ପିଇବାପାଣି. ବିଦ୍ୟୁତ ଯୋଗାଣ. ରାସ୍ତା ନିର୍ମାଣ. ଇତ୍ୟାଦି ଦାବୀ ନେଇ 100 ରୁ ଉର୍ଦ୍ଧ୍ବ ଜଣ ପୁରୁଷ.ଓ ମହିଳା ମେଦିରି ସାହି ଠାରୁ ପଟୁଆର କରି ଲଷ୍ମୀପୁର ଗଣହତ୍ୟା ତଦନ୍ତ କରି ଦୋଷୀ କୁ ଦଣ୍ଡ ଓ କୃଷି କୃଷକ ବିରୋଧି କଳା ଆଇନ ବାତିଲ କରିବା ଇତ୍ୟାଦି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିତି ବିରୋଧି ସ୍ଲୋଗାନ ଦେଇ ତହସିଲକାର୍ଯ୍ୟଳୟ ସମୁଖ ରେ ବିକ୍ଷୋଭ ପ୍ରଦଶନ କରି କୃଷକ ସଭା ରାଜ୍ୟ ଉପସଭାପତି ତଥା ଜିଲ୍ଲା ସମ୍ପାଦକ ପି.ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ବିକ୍ଷୋଭ ରେ ଏକ ପ୍ରତିନିଧି ମଣ୍ଡଳୀ ତହସିଲ ଦାର ଙ୍କ ସହ ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ.l ବିକ୍ଷୋଭ ସଭା ରେ ଉପଜିଲ୍ଲାପାଳ ଙ୍କ ଚିଠି 1110 ତା 1.2.ରେ ଆଦିବାସୀ ଙ୍କ ଜଙ୍ଗଲ ଜମି ରାଜସ୍ୱ ଓ ବନ କର୍ମଚାରୀ ଦ୍ୱାରା ତଦନ୍ତ କରି ପଠେଇ ବା ପାଇଁ ଦୁଇ ବର୍ଷ ସାତ ମାସ ହେଲା ଆସିଥିଲେ ମଧ୍ୟ୍ୟ ଆମ କାର୍ଯାଳୟ କୁ ଆସିନାହିଁ ବୋଲି କହିବା ଦୁର୍ଭାଗ୍ୟଜନକ ବୋଲିଶ୍ରୀ ରେଡି ପ୍ରକାଶ କରିଛନ୍ତି । ଶୀଘ୍ର ଆଦିବାସୀ ଙ୍କୁ ସର୍ଭେ କରି ପଟ୍ଟା ପାଇଁ କାର୍ଯ୍ୟ ନୁଷ୍ଠାନ ନହେଲେ ଦାବୀ ପୂରଣ ହେଲା ପର୍ଯ୍ୟନ୍ତ ଗଣ ଆନ୍ଦୋଳନ କରେବେ ବୋଲି ଚେତାବନୀ ଦେଇ ଥିଲେ. ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କମିଟି ସଭ୍ୟ ନୀଳମଣି ଗୁରୁ. ବିଭୁ ପ୍ରସାଦ ପାଣିଗ୍ରାହୀ. ସମ୍ପାଦକ ଗଣେଶ ପଗଡ଼. ମୁଗନା ଗମାଙ୍ଗ. ବୁଲୁ ବଡ଼ ରଇତ. ଯୁବ ସଂଗଠନ ରୁ ଦିଲ୍ଲୀପ ପଗଡ ଆଲୋଚନା କରି ଥିଲେ.।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here