ଦୁର୍ବୁତ୍ତଙ୍କ ଆକ୍ରମଣରେ ଠିକାଦାର ଗୁରୁତର

0
795

ଭଞ୍ଜନଗର,( ନ୍ୟୁଜ୍ ଏକ୍ସଟ୍ରା ବ୍ୟୁରୋ) : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗୋଚ୍ଛାବାଡି ଗ୍ରାମରେ ଜଣେ ଠିକାଦାରଙ୍କୁ ଆଜି ରାତି ପ୍ରାୟ ୮ଟା ସମୟରେ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ ହୋଇଛି । ଆହାତ ଠିକାଦାର ଗଣ୍ଡାଧର ଗ୍ରାମର ବିରୁପାକ୍ଷ ନାୟକ ବୋଲି ଜଣାପଡିଛି। ଆହାତ ବିରୂପାକ୍ଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗନ୍ନାଥପ୍ରସାଦ ମେଡିକାଲ ଓ ପରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରି୍ତ କରାଯାଇଛି । ରାସ୍ତା ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଠିକାଦାରଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଜଗନ୍ନାଥପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ।

LEAVE A REPLY

Please enter your comment!
Please enter your name here