କୃଷକ ଆନ୍ଦୋଳନକୁ ସମର୍ଥନରେ ଚକାଜାମ

0
273

ବୁଗୁଡା(ଅନିଲ କୁମାର ମହାରଣା) କୃଷି ବିଲ ପ୍ରତ୍ୟାହାର ଦାବିରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଓ କୃଷକ ସଙ୍ଗଠନ ପକ୍ଷରୁ ଫେବୃୟାରୀ ୬ ତାରିଖ ଦିନ ତିନି ଘଣ୍ଟିଆ ଚକାଜାମ ଡାକରା ପ୍ରକାରେ, କ୍ରାନ୍ତିକାରୀ କୃଷକ ସଭା ଓ ଆଦିବାସୀ ଭାରତ ମହାସଭା ପକ୍ଷରୁ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ୬ ତାରିଖ ଦିନ ଦୁଇ ସଂଗଠନ ପକ୍ଷରୁ ଭଞ୍ଜନଗର-ନୟାଗଡ଼ ରାଜ୍ୟ ରାଜପଥ ଅବରୋଧ କରି କୃଷିବିଲ ପ୍ରତ୍ୟାହାର କରିବାବୁ ନାରାବାଜି କରିଥିଲେ। ତିନି ଘଣ୍ଟାର ଚକାଜାମ ଆନ୍ଦୋଳନ ଯୋଗୁଁ ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିଥିଲା। କାର୍ତ୍ତିକ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଗିରିଧାରୀ ପ୍ରଧାନ, କମସନ ପ୍ରଧାନ, ରାମ ପ୍ରଧାନ, ଶ୍ୟାମଘନ ଜାନୀ, ସୁରେନ୍ଦ୍ର ମଲ୍ଲିକ, ଦଣ୍ଡପାଣି ଜାନୀ, ଭିକାରୀ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଚକାଜାମ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here