ସିମେଣ୍ଟ ବୋଝେଇ ଟ୍ରକ ଚଢିଯିବାରୁ ଘଟଣା ସ୍ଥଳରେ ୬ଟି ଗାଈର ମୃତ୍ୟୁ

0
619

ହିଂଜିଳିକାଟୁ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ହିଞ୍ଜିଳିକାଟୁ ବଇଁଚବଣିଆ ମୁଖ୍ୟରାସ୍ତା କଡ଼ରେ ୭ଟି ଗାଈ ଶୋଇଥିବା ବେଳେ ଗୁରୁବାର ଭୋରରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ନମ୍ବର(ଏପି୨୪ଟିବି- ୦୩୪୭) ବ୍ରହ୍ମପୁର ଠାରୁ ଆସ୍କା ଅଭିମୁଖେ ଯାଉଥିବା ବେଳେ ଚଢିଯିବାରୁ ଘଟଣା ସ୍ଥଳରେ ୬ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଗାଈ ଆହତ ହୋଇଥିବା ସୂଚନା । ରାସ୍ତା କଡ଼ରେ ଗୋରୁଗାଈଙ୍କ ଅବାଧ ବିଚରଣ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି ଏଥିପ୍ରତି ପୌର କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉନଥିବା ଫଳରେ ଏଭଳି ଘଟଣା ନିୟମିତ ବ୍ୟବଧାନରେ ଘଟୁଛି। ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଗାଡ଼ି ନେଇ ଦୃତ ଗତିରେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗାଡିଟି ପିତଳ ଛକ ଠାରେ ଆଗ ଟାୟାର ଫାଟି ଯାଇଥିଲା।ପରେ ଟ୍ରକର ଟାୟାର ବଦଳ କରୁଥିବା ସମୟରେ ପୋଲିସ ସଂପୃକ୍ତ ଗାଡ଼ିକୁ ପିଛା କରି ପିତଳ ଛକ ନିକଟରେ ଗାଡ଼ିକୁ ଜବତ କରିଥିଲା। ଏବଂ ଏକ ମାମଲା ରୁଜୁ କରି ଟ୍ରକ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here