ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ସାମାଜିକ କାର୍ଯ୍ୟ ଜାରି

0
474

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଟିମ କ୍ଲିନ ସିଟି ପକ୍ଷରୁ ୭୪ତମ ଉଦ୍ଧାର କାର୍ଯ୍ୟ ବଡ଼ ମେଡିକାଲ ଗେଟ ସମ୍ମୁଖରେ ହୋଇଛି। ଆଜି ସନ୍ଧ୍ୟାରେ ସେଠାରେ ଅସହାୟ ଭାବରେ ବୁଲୁଥିବା ବିହାର ପାଟଣା ଅଂଚଳର ଗନେସଲାଲ ନାମକ ବ୍ୟକ୍ତିଙ୍କୁ ଟି ସି ସି ପକ୍ଷରୁ ଉଦ୍ଧାର କରାଯାଇ ତାଙ୍କୁ ସଫା ସୁତୁରା କରିଯିବା ସହ ଚୁଟି ଓ ଦାଢ଼ି ସଫା କରାଯାଇଥିଲା। ପରେ ପରେ ନୂତନ ବସ୍ତ୍ର ପ୍ରଦାନ କରାଯିବା ସହ ଖାଦ୍ୟ ଦିଆଯାଇଥିଲା। ଏଥିରେ ଟିମର ରାମଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ନାରାୟଣ ଚୌଧୁରୀ, ରାଜେଶ ସାହୁ, ରଶ୍ମିରେଖା ମିଶ୍ର, ଇତିଶ୍ରୀ ସାହୁ, ତାପସ, ସୁବାସ ମାଝୀ, ଜଗନମୋହନ ମହାପାତ୍ରଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here