ଟିମ କ୍ଲିନ ସିଟି ପକ୍ଷରୁ ୫୫ତମ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ।

0
620

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ମାନବ ସେବା ହିଁ ମାଧବ ସେବା ଏହା କଥାରେ ନୁହେଁ କାର୍ଯ୍ୟରେ ପରିଣତ କରିଛନ୍ତି ବ୍ରହ୍ମପୁରର ଟିମ କ୍ଲିନ ସିଟି ସଙ୍ଗଠନ। ହଳଦିଆପଦର ଠାରେ ଥିବା ବ୍ରହ୍ମପୁରର ନୂତନ ବସଷ୍ଟାଣ୍ଡ ନିକଟରେ ଏକ ଅସହାୟ ମାନସିକ ବିକୃତ ଵ୍ୟକ୍ତି ବହୁତ ଦିନ ହେଲା କିଛି ନ ଖାଇ ନ ଗାଧେଇ ଅସୁସ୍ଥ ଅବସ୍ଥାରେ ପଡିଥିଲେ।ବ୍ରହ୍ମପୁରର ଟିମ କ୍ଲିନ ସିଟି ଏହାର ଖବର ପାଇ ଆସିଥିଲେ ଓ ସେମାନେ ସେହି ଅସହାୟ ବ୍ୟକ୍ତିକୁ ଉଦ୍ଧାର କରି ପ୍ରଥମେ ସେ ପିନ୍ଧିଥିବା ମଇଳା ଵସ୍ତ୍ର ବାହାର କରି ତାଙ୍କର ଚୁଟି କଟାଯାଇ ସାବୁନ ଓ ସାମ୍ପୁ ରେ ସଫା କରି ଗାଧେଇ ଥିଲେ, ତାପରେ ତାଙ୍କୁ ନୂଆ ପେଣ୍ଟସାର୍ଟ ପିନ୍ଧାଇଥିଲେ ତାପରେ ତାଙ୍କୁ ଖାଇବାକୁ ଦେବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ପରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଦେଖି ଅଞ୍ଚଳବାସୀ ଟିମ କ୍ଲିନ ସିଟି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ଟିମର ୫୫ତମ ଉଦ୍ଧାର କାର୍ଯ୍ୟକ୍ରମ ବୋଲି ଶ୍ରୀ ଶକ୍ତିଧର ରାଜଗୁରୁ ତାଙ୍କ ମତ ପ୍ରକାଶ କରିଛନ୍ତି ତାଙ୍କ ସହ ଏହି କାର୍ଯ୍ୟରେ ରାଜେଶ କୁମାର ସାହୁ, ଅମ୍ଭୁଜ ସାହୁ, ରାମଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ନାରାୟଣ ଚୌଧୁରୀ, ଆୟେଶା ମିଶ୍ରଙ୍କ ସହ ଆୟୁଷ ମିଶ୍ର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here