୫୩ ଏକରରୁ ଉର୍ଦ୍ଧ୍ବ ଜମିର ବେଆଇନ ଗଞ୍ଜେଇ ଚାଷ ପୋଡି ନଷ୍ଟ କଲା ପ୍ରଶାସନ

0
286

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା କହିବାକୁ ଗଲେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ପ୍ରତିଦିନ ଗଞ୍ଜେଇ ଚାଷ ପଛରେ ପଡ଼ିଛନ୍ତି ଏବଂ ନଷ୍ଟ କରିବା ଓ ପୁଡିବାରେ ଲାଗି ପଡିଛନ୍ତି ଯାହା କି ବର୍ଷ ବର୍ଷ ଧରି ଗଜପତି ର ମୋହନା, ଆର୍ ଉଦୟଗିରି,ନୁଆଗଡ, ରାୟଗଡ଼ା ବ୍ଲକ ରେ ହଜାର ହଜାର ଜଙ୍ଗଲ ଜମି ରେ ଗଞ୍ଜେଇ ଚାଷ କରାଯାଇଥିବା ସେହି ଅଞ୍ଚଳର ଦାଇତ୍ୱ ରେ ରହୁଥିବା ବିଭାଗୀୟ ଅଧିକାରୀ ଙ୍କ ଅବଗତ ରେ ଚାଲୁଥିବା ଗଞ୍ଜେଇ ଗଛକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ପକେଇ ସରକାରୀ ଦ୍ରୃଷ୍ଟିଆକର୍ଶଣ ଆଣିବା ନିମନ୍ତେ ପ୍ରତିଦିନ ଏହି କାର୍ଯ୍ୟକ୍ରମ ଚାଲୁଥିବା ଦେଖିବାକୁ ମିଳୁଛି ସେହିପରି ଗଜପତି ଜିଲ୍ଲାର ନୂଆଗଡ ବ୍ଲକ କିରାମା ପଞ୍ଚାୟତ ଅନ୍ତର୍ଗତ ଜାରଗିଗୁଡା ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଉଛି। ଆର ଉଦୟଗିରି ଥାନାଧିକାରୀ ମମତା ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଆର ଉଦୟଗିରି ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ବରେ ଅବକାରୀ ,ବନ ଓ ରାଜସ୍ବ ବିଭାଗ କର୍ମଚାରୀଙ୍କ ନେତୃତ୍ବରେ ନୂଆଗଡ ବ୍ଲକ କିରାମା ପଞ୍ଚାୟତର ଜାରଗିଗୁଡା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୫୩ଦଶମିକ ୯୬୭ ଏକରରୁ ଉର୍ଦ୍ଧ ଜମିରେ ବେଆଇନ ଭାବେ ଲଗାଯାଇଥିବା ୧ଲକ୍ଷ ୦୭ହଜାର ୯୩୪ଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦କୋଟି ୭୯ଲକ୍ଷ ୩୪ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏନେଇ ଆର ଉଦୟଗିରି ଥାନା କେସ୍ ନଂ-୦୯୵୨୦୨୧NDPS Act ର ଧାରା୨୦(କ)(।) ରେ ମାମଲା ରୁଜୁ ହୋଇଛି। ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ଓ ବନବିଭାଗ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିବା ବେଳେ ନୂଆଗଡ ତହସିଲଦାର ପ୍ରଫୁଲ୍ଲ କୁମାର କୁଜୁରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ।
ଅପରପକ୍ଷରେ ଜିଲ୍ଲା ପ୍ରଶାସନର ଏହି ଗଞ୍ଜେଇ ଚାଷ କୁ ନଷ୍ଟ କରିବା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ଆସୁଛି ଯେ ପ୍ରତ୍ୟେକ ଦିନ ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛକୁ ଅଞ୍ଚଳରେ ବିଭାଗୀୟ ପକ୍ଷରୁ କିମ୍ବା ସରକାରଙ୍କ କୈାଣସି ଜଯୋନ କରି ଲୋକାଭିମୁଖୀ କାର୍ଯ୍ୟ କରିଥିଲେ ସାଧାରଣ ଲୋକଙ୍କ କାମରେ ଆସିଥାନ୍ତା ବୋଲି ଆଲୋଚନା କରିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here