ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ପାଇଁ ୧୪ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

0
553

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ରାଜ୍ଯ ଓକିଲ ସଂଘର ନିର୍ଦ୍ଦେଶିକା ପ୍ରକାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଧା ୧୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ପ୍ରଭାକର ରାଉତ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ସଭାପତି ପଦ ନିମନ୍ତେ ସୂର୍ଯ୍ୟନାରାୟଣ ସାହୁ ଏବଂ ଏ. ସୋମେଶ୍ୱର ରାଓ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦବୀ ପାଇଁ ବିଜୟ କୁମାର ପ୍ରଧାନ, ଗଜାନନ ତ୍ରିପାଠୀ, ପ୍ରଦୀପ କୁମାର ନାୟକ, ସୀମାଞ୍ଚଳ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ସଂପାଦକ ପଦବୀ ନିମନ୍ତେ ଜଣେ ମାତ୍ର ପ୍ରାର୍ଥୀ ହେମନ୍ତ କୁମାର ପାଣିଗ୍ରାହୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏହାକୁ ନିୟମ ଅନୁସାରେ ଭୋଟ ଫଳାଫଳ ଘୋଷଣା ସମୟରେ ନିର୍ଦ୍ବନ୍ଦ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ସେହିପରି ସହ ସଂପାଦକ ପଦବୀ ପାଇଁ ପ୍ରହଲ୍ଲାଦ ପ୍ରଧାନ, ଗଜାନନ ତ୍ରିପାଠୀ, ରବିଚନ୍ଦ୍ର ଗୌଡ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କୋଷାଧ୍ୟକ୍ଷ ନିମନ୍ତେ ମନୋରଞ୍ଜନ ପଣ୍ଡା , ଗଜାନନ ତ୍ରିପାଠୀ, ରଂଜନ କୁମାର ବେହେରା ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଆସନ୍ତା କାଲି ଶନିବାର ୭ ତାରିଖରେ ନାମାଙ୍କନ ପତ୍ର ଗୁଡ଼ିକ ଯାଞ୍ଚ ହେବ ଏବଂ ୧୨ ତାରିଖରେ ନାମାଙ୍କିତ ପ୍ରାର୍ଥୀ ମାନଙ୍କର ନାମ ତାଲିକା ପ୍ରକାଶିତ ହେବ । ଏହାପରେ ୧୩ ତାରିଖରେ ଯୋଉଁ ପ୍ରାର୍ଥୀମାନଙ୍କର ନିର୍ବାଚନ ପ୍ରକ୍ରିୟାରୁ ଓହରିକୁ ଇଛା ରହିଛି ସେହିମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସେହି ଦିନ ଚୁଡ଼ାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶିତ ହେବ । ଆସନ୍ତା ୨୮ ତାରିଖ ଦିନ ସକଳ ୮ ଘଣ୍ଟାରୁ ମଧ୍ୟାହ୍ନ ୨ ଘଣ୍ଟା ମଧ୍ୟରେ ଭୋଟ ହେବ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here