ବିଜୁ ଜୟନ୍ତୀ ଉପଲଷେ ସାହିତ୍ୟ ଆସର।

0
568

ହିଞିଳିକାଟୁ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଡିଏନଆରସି ପଷରୁ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲଷେ ସାହିତ୍ୟ ଆସର ଓ ବୁଦ୍ଧିଜୀବି ସମ୍ମୀଳନୀ ଅନୁଷ୍ଟିତ ହୋଇଯାଇଛି। ଅରବିନ୍ଦ ପଣ୍ଡା କଂ ସଭାପତିତ୍ବରେ ସାହିତ୍ୟ ଆସର ଅନୁଷ୍ଟିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ହିଞିଳିକାଟୁ ବ୍ଲକ ଅଧକ୍ଷ ଏନ. ରଘୁନାଥ, ସଂମ୍ମାନିତ ଅତିଥି ଭାବେ ହିଞ୍ଜିଳି ଥାନା ଅଧିକାରି ଅଭିମନ୍ୟୁ ଦାସ, ଯୁବ ନେତା ମନୋଜ କୁମାର ସାବତ, ରାଜେନ୍ଦ୍ର ଦଳବେହେରା ଯୋଗ ଦେଇ ମଞ୍ଚାସିନ ଥିଲେ. ମହନ୍ତ ହରିହର ମହାରାଜ ଅତିଥି ପରିଚୟ ପ୍ରଦାନ କରିଥିଲେ.. କବି ଚିନ୍ମୟ ମିଶ୍ର, ସୁଧାଂଞ୍ଜନି ମିଶ୍ର ଆସର ରେ ସଂଜୋଯନା କରିଥିଲେ.. ବିଭିନ୍ନ କବି ମାନେ ନିଜ କବିତା ପାଠ କରିଥିଲେ, ହିଞ୍ଜିଳି ଥାନା ଅଧିକାରୀ ନିଜ କବିତା ମାଧ୍ୟମରେ ଉପସ୍ଥିତ ଲୋକ ଙ୍କ ମନ ଜିଣି ଥିଲେ.. ଝଡ଼ ର ଇଗଲ ବିଜୁ ବାବୁ ଯେପରି ସାହାସି ହୋଇ କାର୍ଯ୍ୟ କରୁଥିଲେ ସେହିପରି ସମସ୍ତେ ବିଜୁ ଙ୍କ ଆଦର୍ସ ରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡିଶା ଗଠନ ଦିଗରେ ସହାୟକ ହେବାକୁ ଆଗେଇ ଆସିବାକୁ ଉପସ୍ଥିତ ଅତିଥି ମାନେ ପରାମର୍ଶ ଦେଇଥିଲେ। ଶେଷରେ ଜନାଦ୍ଧନ ସ୍ବାଇଁ ଧନ୍ୟବାଦ ଅପଣ କରିଥିବା ବେଳେ ମହିଳା ବିଜେଡି ଜିଲ୍ଲା ସଭାପତି ସଘଂମିତ୍ରା ଦଳାଇ,ସଂଜୟ ଷଡଗୀଂ,ସନ୍ତୋଷ ବେହେରା,ଲଷ୍ମୀନାରାୟଣ ପଟ୍ଟନାୟକ,ନିରଞନ ପାଳ ,ହିମାଂଶୁ ପାଢୀ କଂ ସହ ୧୦୦ରୁ ଉର୍ଦ୍ଧ କବି ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here