ବାଇକ ଧକ୍କାରେ ମୃତ୍ୟୁ ବରଣ କଲେ ଜଣେ ବୃଦ୍ଧ

0
310

ବୁଗୁଡା(ଅନିଲ କୁମାର ମହାରଣା)ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କାଦପଡ଼ା ଗ୍ରାମ ନିକଟରେ ଜଣେ ୬୭ ବର୍ଷ ବୟସ୍କ ବୃଦ୍ଧଙ୍କୁ ଏକ ବାଇକ ଧକ୍କା ଦେବାରୁ ବୃଦ୍ଧ ଜଣଙ୍କ ପ୍ରାଣ ହରାଇଥିବା ଜଣାପଡିଛି। ଅଗଷ୍ଟ ୫ ତାରିଖ ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ କାଦପଡା ଗ୍ରାମର ଭାଜରାମ ସ୍ଵାଇଁ (୬୭) ନିଜ ଗ୍ରାମର ବନ୍ଧକୁ ଶୌଚ ପାଇଁ ଯାଉଥିଲେ। ସେହି ସମୟରେ ଏକଡ଼ାଳ ଗ୍ରାମର ଜଣେ ବ୍ୟକ୍ତି ଓଡ଼ି ୩୨ ଡ଼ି ୭୬୪୭ ପଲସର ବାଇକ ଚଳାଇ ଯାଉଥିବା ବେଳେ ବୃଦ୍ଧ ଜଣଙ୍କୁ ଧକ୍କା ଦେଇଥିଲେ। ଯାହା ଫଳରେ ବୃଦ୍ଧ ଭାଜରାମ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଚାଳକ ମଧ୍ୟ ତଳେ ପଡି ଆହତ ହୋଇଥିଲେ। ଗ୍ରାମବାସୀ ମାନେ ଗୁରୁତର ଆହତ ଭାଜରାମ ସ୍ବାଇଁଙ୍କୁ ସଙ୍ଗେ ସଙ୍ଗେ ଏକ ଅଟୋରେ ବାଲିପଦର ମେଡିକାଲକୁ ପଠାଇବା ସହ ବାଲିପଦର ପୋଲସ ଫାଣ୍ଡିକୁ ଦୁର୍ଘଟଣା ବିଷୟରେ ଖବର ଦେଇଥିଲେ। ବାଲିପଦର ପୋଲିସ ପହଞ୍ଚି ବାଇକ ଜବତ କରିବା ସହ ଆହତ ବାଇକ ଚାଳକଙ୍କୁ ବାଲିପଦର ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ଭାଜରାମଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାଲିପଦର ମେଡିକାଲରୁ ବୁଗୁଡା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଅଟୋରେ ଭଜରାମଙ୍କୁ ବୁଗୁଡା ନେବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ବୁଗୁଡ଼ା ଡାକ୍ତର ଭଜରାମ ସ୍ବାଇଁଙ୍କୁ ପରୀକ୍ଷା କରି ମୃତ୍ୟୁ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here