ଗୋଳନ୍ଥରା ଥାନା ପକ୍ଷରୁ ବୃକ୍ଷରୋପଣ ।

0
640

ରଙ୍ଗେଇଲୁଣ୍ଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାଇକଙ୍କ ନେତୃତ୍ୱରେ ଗୋଳନ୍ଥରା ଥାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନାର ଭିତର ଓ ବାହାର ପାର୍ଶ୍ଵ ସମେତ ରାଜପଥ କଡ଼ରେ ମଧ୍ୟ ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ନଡ଼ିଆ, ଆମ୍ବ, ଅଁଳା,ବାହାଡା, ହରିଡା, ବେଲ, ନିମ୍ବ ଓ ବଉଳବୃକ୍ଷ ସହିତ ବିଭିନ୍ନ ପ୍ରକାର ଫୁଲ ଗଛ ରୋପଣ କରାଯାଇଥିଲା କଥାରେ ଅଛି ମନୁଷ୍ୟର ପ୍ରକୃତ ବନ୍ଧୁ ହେଉଛି ଗଛଲତା । କାରଣ ଏହି ଗଛଲତା ଗୋଟିଏ ସବୁଜ ଓ ସୁନ୍ଦର ପରିବେଶ ତିଆରି କରିବାରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ,ଗୋଟିଏ ସୁସ୍ଥ ମଣିଷ ପାଇଁ ବୃକ୍ଷର ଆବଶ୍ୟକତା ରହିଛି । ତେଣୁ ଏ ସମାଜରେ ବସବାସ କରୁଥିବା ପ୍ରତ୍ୟକଟି ମଣିଷ ସମସ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇ ବୃକ୍ଷରୋପଣ କରିବା ଆବଶ୍ୟକ , ଗଛ ଆମକୁ କେବଳ ଛାଇ ଦିଏନାହିଁ ବରଂ ଖୁସିରେ ଜୀବନଯାପନ କରିବା ପାଇଁ ଏକ ସୁସ୍ଥ ପରିବେଶ ତିଆରି କରିବାରେ ମଧ୍ୟ ସହାୟକ ହୋଇଥାଏ ,ତେଣୁ ଆମେ ସମସ୍ତେ ବୃକ୍ଷରୋପଣ କରିବା ଆବଶ୍ୟକ ବୋଲି ଥାନାଧିକାରୀ ବାବୁଲି ନାଇକ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here