ଶେରଗଡ଼ରେ ବିଜୁ ଜୟନ୍ତୀ ଦିବସ ପାଳିତ

0
574

ଶେରଗଡ଼ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଶେରଗଡ଼ ବ୍ଲକ ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି।ସକାଳ ୮ଟା ବେଳେ ସମସ୍ତ ବିଜେଡ଼ି ର କର୍ମୀ ଓ ନେତା ମାନେ ଶେରଗଡ଼ ଚାରି ଛକରେ ଏକଜୁଟ ହୋଇଥିଲେ।ସମସ୍ତ ନେତା ମାନେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେବା ସହ ବିଜୁ ବାବୁଙ୍କ ଗୁଣଗାନ କରିଥିଲେ।ଏହାପରେ ଶେରଗଡ଼ ଚାରିଛକରୁ ଏକ ରାଲି ବାହାରି ଶେରଗଡ଼ରମୁଣିସାହି ,ବଡ଼ଦାଣ୍ଡସାହି,କେଉଟ ସାହି ହୋଇ ହନୁମାନ ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲା।ହନୁମାନ ମନ୍ଦିର ଆଗରେ ଏକ ସଭା କରା ଯାଇଥିଲା ।ବ୍ଲକ ବିଜେଡ଼ି ସଭାପତି ଶରତ ଚନ୍ଦ୍ରପାତ୍ର ଅଧକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରତିନଧି ଶରତ ଚନ୍ଦ୍ର ପାତ୍ର,ବ୍ଲକ ଅଧକ୍ଷା ସାରସ ସ୍ଵାଇଁ,ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର,ପ୍ରମୋଦ କୁମାର ସାହୁ,ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୋୖଧୁରୀ, ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ହୃଷିକେଶ ପାଢ଼ୀ,ହିନ ବେହେରା, ମେଘନାଦ ଦାସ,ଦିଗାମ୍ବର ନାହାକ,ରଞ୍ଜନ ସେଠି, ସମୀର ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ବିଶ୍ଵନାଥ ସ୍ଵାଇଁ ସମେତ ବହୁ କର୍ମୀ ଯୋଗଦେଇ ବିଜୁ ବାବୁଙ୍କ ସ୍ୱପ୍ନ ର କାହାଣୀ ମାନ ବର୍ଣ୍ଣନା କରିଥିଲେ ।ସେହିପରି ବ୍ଲକ ତରଫରୁ ବ୍ଲକ ସଭା ଗୃହରେ ପଂଚାୟତ ରାଜ ଦିବସ ପାଳିତ ହୋଇଯାଇଛି।ବିଡିଓ ସୁରଞ୍ଜନ କୁମାର ସାହୁଙ୍କ ସଂଯୋଜନା କରିଥିଲେ।ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ବିନାୟକ ପଣ୍ଡା ସମେତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ପଂଚାୟତ ଦିବସରେ ମୁଖ୍ୟମନ୍ତ୍ରୀ ଙ୍କ ପଞ୍ଚାୟସ୍ତ ବିଭାଗରେ ହେଇଥିବା ଯୋଜନା ର ସଫଳ ରୂପାୟନ ଦିଗରେ ଚେଷ୍ଟା କରିବାକୁ କହିଥିଲେ ।ଉକ୍ତ ବୈଠକରେ ବ୍ଲକ ସମସ୍ତ ସରପଞ୍ଚ ଓ ସମିଟିସଭ୍ୟ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here