ମୁଜାଗଡ଼ ବନାଞ୍ଚଳରେ ହାତୀ ଉପଦ୍ରବ

0
563

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ମହାଗୁଡା ଓ ମୁଜାଗଡ଼ ଗ୍ରାମ ଅଂଚଳରେ ହାତୀ ପଲଙ୍କ ଦୌରାତ୍ମ୍ୟକୁ ନେଇ ସାଧାରଣରେ ଭୟ ଓ ଆତଙ୍କର ବାତାବାରଣ ସୃଷ୍ଟି ହୋଇଛି ।ସନ୍ଧ୍ୟା ନଇଁଲେ ଲୋକେ ଘରୁ ପଦାକୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ସଂଧ୍ୟା ହେଲେ ହାତୀପଲ ଧାନ ଓ ପନିପରିବା ଫସଲ ଖାଇବାକୁ ଗ୍ରାମାଭିମୁଖୀ ହେଉଛନ୍ତି । ଏହି ପଲରେ ମୋଟ୍ ୧୮ଟି ହାତୀ ରହିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ବନ ବିଭାଗର ଜଣେ କର୍ମଚାରୀ କୁ ମଧ୍ୟ ହାତୀ ମାନେ ଆକ୍ରମଣ କରିଥିଲେ ଓ ଦୁଇ ଦିନ ତଳେ ଏକ ବିବାହ ଭୋଜିରେ ଝିଅ ଛାଡି ଯିବାବେଳେ ଲୋକ ମାନେ ହାତୀ ମାନଙ୍କୁ ରାସ୍ତାରେ ଥିବାର ଦେଖି ଭୟବିତ ହୋଇଯାଇଥିଲେ । ଏହି ହାତୀ ପଲ ଦିନତମାମ ମୁଜାଗଡ଼ ଜଙ୍ଗଲରେ ଲୁଚି ରହୁଛନ୍ତି । ସଂନ୍ଧ୍ୟା ଗଡ଼ିଲେ ବିଶେଷ କରି ମହାଗୁଡା, ଡେଙ୍ଗୁଆପଲି, କୁତୁଣୀକୁଂପା,ଲଂଗଳଖୋଳା ଆଦି ଗ୍ରାମ ଅଂଚଳରେ ଚଳପ୍ରଚଳ କରୁଛନ୍ତି । ତୁରନ୍ତ ଜଙ୍ଗଲ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଂଚଳରୁ ହାତୀ ଘଉଡ଼ାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here