ବ୍ରହ୍ମପୁର ସିଟି କଲେଜରେ ମେଡିକାଲ୍ ଏନ୍.ସି.ସି ତରଫରୁ ରକ୍ତଦାନ ଶିବିର

0
235

ବ୍ରହ୍ମପୁର: ଆମ୍ବପୁଆ ସ୍ଥିତ ବ୍ରହ୍ମପୁର ସିଟି କଲେଜଠାରେ ୩ ( ଓଡିଶା ) ମେଡିକାଲ୍ ଏନ୍.ସି.ସି ତରଫରୁ ଓ ଏନ୍.ସି.ସି ୱିଙ୍ଗ୍ ସିଟି କଲେଜ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ବ୍ରହ୍ମପୁର ଡେପୁଟି ମେୟର ଇ . ବିବେକ ରେଡ୍ଡୀ ମୁଖ୍ୟ ଅତିଥି ଏବଂ ୩ ( ୦ ) ମେଡିକାଲ ଏନ୍.ସି.ସି ଅଫିସର କମାଣ୍ଡିଙ୍ଗ ମେଜର ( ଡ . ) ସୌରଭ ତିୱାରୀ ସମ୍ମାନୀତ ଅତିଥି ରୁପେ ଯୋଗଦେଇ ଏନ୍.ସି.ସି କ୍ୟାଡେଟ୍ ତଥା ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ କଲେଜର ଅଧ୍ୟକ୍ଷା ଡ.ଅନିତା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଏନ୍.ସି.ସି କ୍ୟାଡେଟ୍‌ମାନଙ୍କର ସାମାଜିକ ଦାୟିତ୍ଵ ଏବଂ ମୂଲ୍ୟବୋଧତା ଉପରେ ଗୁରୁତ୍ଵ ଦେଇ ସେମାନଙ୍କୁ ରକ୍ତଦାନ ଭଳି ଜନହିତକର କାର୍ଯ୍ୟରେ ରୁଚି ରଖିବା ପାଇଁ ଉପଦେଶ ଦେଇଥିଲେ । ସମ୍ମାନୀତ ଅତିଥି ଡ.ତିୱାରୀ କ୍ୟାଡେଟ୍‌ମାନଙ୍କର ରକ୍ତଦାନ ପ୍ରତି ଆଗ୍ରହକୁ ପରିଲକ୍ଷିତ କରି ସେମାନଙ୍କୁ ଉଦାହରଣ ମାଧ୍ୟମରେ ଅଧିକ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ପ୍ରଶାସନିକ ଅଧିକାରୀ ଡ.ମନୋଜ କୁମାର ମହାରଣା ସଂଯୋଜନା କରିଥିବା ବେଳେ କଲେଜର ଏନ୍.ସି.ସି ଅଫିସର ଲେଫନାନ୍ସ ମେଘନାଦ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ସେକେଣ୍ଡ ଅଫିସର ଭିକାରୀ ଗୌଡ , ସେକେଣ୍ଡ ଅଫିସର ସୁଧାକର ବୋଲି , ସୁବେଦାର ପ୍ରେମ କୁମାର , ନାଏବ ସୁବେଦାର ବାଲା ମୁର୍ଗାନ , ହାବିଲଦାର ଚନ୍ଦନ କୁମାର , ଏନ୍.ଏସ୍.ଏସ୍ . ପ୍ରୋଗାମ ଅଫିସର ସୁଦାମ ବିଷୋୟୀ , ଡ.ସସ୍ମିତା ମିଶ୍ର , ଯୁବ ରେଡକ୍ରସ ଅଫିସର ଡ . ସୁରଜ କୁମାର ବେହେରା , ପୂର୍ବତନ ଗ୍ରାନ୍ଥାଗାରିକ ଦୀପକ ରଂଜନ ମିଶ୍ର , ସପନ କୁମାର ସେଠୀ ଏବଂ କଲେଜର ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ମୋଟ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ପରିଶେଷରେ ଏନ୍.ସି.ସି. ଅଫିସର ଲେଫନାନ୍ସ ମେଘନାଦ ପ୍ରଧାନ ଉପସ୍ଥିତ ସମସ୍ତ ଅତିଥି , ଛାତ୍ରଛାତ୍ରୀ , ଏନ୍.ସି.ସି. କ୍ୟାଡେଟ୍ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here