ସୋନାପୁର ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ବିରାଟକାୟ ତିମି; ଉଦ୍ଧାର ସତ୍ୱେ ମୃତ

0
589

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ଆଜି ପୁଣି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୋନାପୁର ସମୁଦ୍ର କୂଳରେ ବିଶାଳକାୟ ତିମି ମାଛ ଦେଖାଯାଇଛି । ଗତ ସପ୍ତାହରେ ଗୋପାଳପୁର ନିକଟସ୍ଥ ନୂଆ ବକ୍ସିପଲ୍ଲୀ ପାଖ ତଟରେ ମଧ୍ୟ ଏକ ବିରାଟ ତିମି ଦେଖିବାକୁ ମିଳିଥିଲା । ପରେ ସୁରକ୍ଷିତ ଭାବେ ମତ୍ସଜୀବୀମାନେ ତାହାକୁ ସମୁଦ୍ର ମଧ୍ୟକୁ ଛାଡ଼ି ଦେଇଥିଲେ । ଆଜି ସକାଳେ ସୋନପୁର ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଉଥିବା ବେଳେ ଏକ ବଡ଼ ତିମି ମାଛ ଜାଲରେ ଲାଗିଥିଲା । ଆଜି ମଧ୍ୟ ମତ୍ସ୍ୟଜୀବୀମାନେ ଜାଲକୁ ବେଳାଭୂମି ନିକଟକୁ ଆଣି ମାଛକୁ ବାହାର କରି ପୁଣି ପାଣିରେ ଛାଡ଼ିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହି ବିଶାଳକାୟ ମାଛଟି ପର୍ଯ୍ୟାପ୍ତ ପାଣି ନ ପାଇ ପୁଣି ବେଳାଭୂମିକୁ ଫେରିଆସିଥିଲା । ଏହି ତିମି ମାଛ କିଭଳି ସମୁଦ୍ର ମଧ୍ୟକୁ ପୁଣି ଯିବ ସେ ନେଇ ବନ ବିଭାଗ ଉଦ୍ୟମ କରୁଥିଲେ । ପରେ ଏହି ବିରାଟକାୟ ତିମି ମାଛଟିର ମୃତ୍ୟୁ ଘଟିଛି । ଏହି ବିରାଟକାୟ ତିମି ମାଛର ଲମ୍ବ ପ୍ରାୟ ୨୫ ଫୁଟ ବୋଲି ଜଣାପଡିଛି । ଏହାକୁ ଦେଖିବା ଲାଗି ଏଠାରେ ପ୍ରବଳ ଭିଡ଼ ଲାଗିଥିଲା ଏବଂ ପରେ ଏହାକୁ ଉକ୍ତ ବେଳାଭୂମିରେ ପୋତିଦିଆଗଲା । ସାଧାରଣତଃ ଗଭୀର ସମୁଦ୍ରରେ ରହୁଥିବା ସବୁଠୁ ବିରାଟ ଏବଂ ବିରଳ ପ୍ରଜାତିର ହ୍ୱେଲ୍ ସାର୍କ କିଭଳି ଗଞ୍ଜାମ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଦେଖାଯାଉଛନ୍ତି ତାହା ଏକ ଆଶ୍ଚର୍ଯ୍ୟର ବିଷୟ ।

LEAVE A REPLY

Please enter your comment!
Please enter your name here