ଚାଷ କଲାବେଳେ ଟ୍ରାକ୍ଟର ଓଲଟି ଚାଷୀଙ୍କ ମୃତ୍ୟୁ

0
268

ବୁଗୁଡ଼ା : ଜମିରେ ଚାଷ କରୁଥିବା ବେଳେ ଟ୍ରାକ୍ଟରରେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ବୁଗୁଡ଼ା ଏନଏସି ଅନ୍ତର୍ଗତ ପୋଲେଇ ସାହିର ବଳରାମ ପରିଡା (୪୭) । ଘଟଣାରୁ ଜଣାପଡିଛି ଯେ, ଅଗଷ୍ଟ ୦୩ ତାରିଖ ଅପରାହ୍ନରେ ବଳରାମ ବୁଗୁଡ଼ାର ବେଙ୍ଗେଇ ବନ୍ଦ ନିକଟସ୍ଥ ଏକ ବିଲରେ ଚାଷ କରୁଥିବା ସମୟରେ ବିଲ ହୁଡାକୁ ଅତିକ୍ରମ କଲାବେଳେ ଟ୍ରାକ୍ଟରଟିର ପଛ ଭାଗ କାଦରେ ପୋତି ହୋଇଯାଇ ଇଞ୍ଜିନ୍ ଭାଗଟି ଉପରକୁ ଉଠିଯାଇ ବଳରାମଙ୍କ ଉପରେ ଚାପି ହୋଇଯାଇଥିଲେ । ଆଖପାଖରେ କାମ କରୁଥିବା ଲୋକମାନେ ଏହା ଦେଖି ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଜଣାଇଯାଇଥିଲେ । ଖବର ପାଇ ବୁଗୁଡ଼ା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ବଳରାମ ପରିଡାଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ। ହେଲେ ଡ଼ାକ୍ତର ବଳରାମ ପରିଡାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ବଳରାମଙ୍କ ଭାଇ ସୂର୍ଯ୍ୟନାରାୟଣ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ କେସ ନଂ ୪୨୨/୨୨ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ମୃତ ଚାଷୀ ବଳରାମଙ୍କ ଗୋଟିଏ ପୁଅ ଓ ଦୁଇଟି ଝିଅ ଥିବା ବେଳେ ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here