ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ।

0
374

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ଗୋବିନ୍ଦପୁର ଅଂଚଳରେ ଅଭାବନୀୟ ଘଟଣା ଘଟିଛି। ଶାଶୁଘରୁ ବୋହୁଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ।ମୃତକ ଜଣକ ହେଲେ କୌଶଲ୍ୟା ଗୌଡ଼।ସେ ନଅ ବର୍ଷ ପୂର୍ବେ ଗୋବିନ୍ଦପୁର ଗ୍ରାମର ଗୋବରା ଗୌଡ଼ଙ୍କୁ ବିବାହ କରିଥିଲେ।ଗତ କାଲି ବିଳମ୍ବିତ ରାତିରେ କୌଶଲ୍ୟାଙ୍କୁ ସାପ ମାରିଥିବା ନେଇ ତାଙ୍କର ମୃତ୍ୟୁ ହୋଇଥିବା କଥା ବାପାଙ୍କୁ ଫୋନ କରି ଜଣାଇଥିଲେ ଶଶୁର ଘରେ ଲୋକେ। ଶନିବାର ସକାଳୁ ବାପା ଘର ଲୋକେ ଯୌତୁକ ପାଇଁ ଝିଅକୁ ତଣ୍ଟି ଚିପି ମାରିଦେଇଥିବା ସୋରଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସ୍ୱାମୀ କୁ ଥାନା ରେ ଅଟକ ରଖିଛି।ମୃତଦେହ କୁ ଶବବେଛେଦ ପାଇଁ ଭଞ୍ଜନଗର କୁ ପଠାଇଛି।ବ୍ୟବେଛେଦ ରିପୋର୍ଟ ଆସିବା ପରେ ହତ୍ୟା ର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here