ଗଞ୍ଜାମ: ପଥରରେ ଛେଚି ହତ୍ୟା, ବଡଗଡ ପୋଲିସର ତଦନ୍ତ ଜାରି।

0
620

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ମେରିକୋଟ ଗ୍ରାମ ନିକଟ ହରଡାଖାଲ ରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ l ମୃତକ ଜଣକ ହେଉଛନ୍ତି ମେରିକୋଟ ଗ୍ରାମର ପ୍ରେମାନନ୍ଦ ନାଇକ l ଘଟଣାରୁ ପ୍ରକାଶ ଯେ, ୨ ଜଣ ସାଙ୍ଗ ଙ୍କ ସହ ମିଶି ପ୍ରେମାନନ୍ଦ ନିକଟରେ ଥିବା ଜେରା ଗ୍ରାମ କୁ ନାମ ସଂକୀର୍ତନ ନିମନ୍ତେ ଯାଇଥିଲେ,ସେଠାରୁ ଗ୍ରାମ କୁ ଫେରିନଥିଲେ lସକାଳୁ ସକାଳୁ ଗ୍ରାମବାସି ଜେରା ନିକଟରେ ଏକ ମୃତ ଦେହ ପଡିଥିବାର ଦେଖି ବଡ଼ଗଡ଼ ଥାନା କୁ ଖବର ଦେଇଥିଲେ l ମୃତକ ଙ୍କ ମୁହଁ ରେ କ୍ଷତାକ୍ତ ହୋଇଯାଇଥିବା ଯୋଗୁଁ କେହି ମଧ୍ୟ ଚିହିଁ ପାରିନଥିଲେ l ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହ ବଡ଼ଗଡ଼ ଥାନା ପୋଲିସ ପହଂଚି ଘଟଣା ର ତଦନ୍ତ କରିବା ସହ ମୃତକ ଙ୍କ ପରିଚୟ ପାଇଥିଲେ l ପୋଲିସ ର ପ୍ରାଥମିକ ତଦନ୍ତ ରୁ ମୃତକ ଜଣକ ମେରିକୋଟ ଗ୍ରାମର ପ୍ରେମାନନ୍ଦ ନାଇକ ହୋଇଥିବା ବେଳେ ଘଟଣା ରେ ବ୍ୟବହୃତ ଏକ ବାଇକ କୁ ଜବତ କରିଛି ବଡ଼ଗଡ଼ ଥାନା ପୋଲିସ l ଘଟଣା ଟି ପୂର୍ବ ଶତ୍ରୁତା କୁ ନେଇ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି l

LEAVE A REPLY

Please enter your comment!
Please enter your name here