ଦୁର୍ଘଟଣାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜର ମୃତ

0
817

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ରଶ୍ମିତା ପାଣିଗ୍ରାହୀ) : ବ୍ରହ୍ମପୁର ସହର ନିକଟସ୍ଥ ଗୋଳନ୍ଥରା ଜାତୀୟ ରାଜପଥର ଥାନା ନିକଟରେ ମମର୍ନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ,ଘଟଣାସ୍ଥଳରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସୁନପୁର ଶାଖା ମ୍ୟାନେଜର ଭଗବାନ ସାହୁ (୫୪ ବର୍ଷ)ଙ୍କର ମୃତ୍ୟୁ ହୋଇଛି । ଗୋଟିଏ ମୋଟରସାଇକେଲରେ ମ୍ୟାନେଜର ଭଗବାନ ସାହୁ ଓ ବିଦାୟୀ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀ ଯାଉଥିବା ସମୟରେ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମ୍ୟାନେଜର ଭଗବାନ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ମହେନ୍ଦ୍ର ତ୍ରିପାଠୀ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ପୋଷ୍ଟମୋର୍ଟମ୍ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here