ବ୍ରହ୍ମପୁର ଟ୍ରାଫିକ ପୋଲିସ ଦ୍ୱାରା ଜନସଚେତନତା

0
533

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ପ୍ରଣୟ ପଣ୍ଡା): ସଂଶୋଧିତ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ନିୟମ ପାଳନ କରାଯାଉଥିଲା । ସାଧାରଣ ଲୋକଙ୍କ ମଧ୍ୟରେ ମାତ୍ରାଧିକ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଗଜପତ୍ର ପ୍ରସ୍ତୁତ ପାଇଁ ୩ ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୩ମାସ ପରେ ପୁଣି ମାର୍ଚ୍ଚ ୧ତାରିଖ ରୁ ଏହି ଆଇନକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ସରକାର ପତ୍ର ମାଧ୍ୟମରେ ଜଣାଇଛନ୍ତି ।ଏଥିପାଇଁ ଆଜି ଟାଟବେଞ୍ଜ ଛକ ଠାରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ଡିଏସପି ସାର୍ଥକ ରାୟଙ୍କ ନେତୃତ୍ୱରେ ବ୍ରହ୍ମପୁର ଅଗ୍ରୀଣ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ କ୍ଲିନ ସିଟି ଓ ପୋଲିସ ଏନସିସି କ୍ୟାଡେଟ ଗାଡି ଚାଳକଙ୍କୁ ନୂତନ ନିୟମ ସମ୍ପର୍କରେ ସଚେତନ କରାଇଥିଲେ ।ମୋଟରସାଇକଲ ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା, ଗୋଟିଏ ମୋଟରସାଇକଲରେ ତିନି ଜଣ ବସି ନଯିବା,ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର ନକରିବା, ମଦ୍ୟ ପାନ କରି ଗାଡି ନଚଳାଇବା ,କାର ଚଳାଇବା ସମୟରେ ସିଟବେଲ୍ଟ ବ୍ୟବହାର କରିବା ଇତ୍ୟାଦି ବିଷୟରେ ଜନସାଧାରଣଙ୍କୁ ବାର୍ତ୍ତା ଦେବା ସହ ଯେଉଁମାନେ ହେଲମେଟ ବ୍ୟବହାର କରିଥିଲେ ସେମାନଙ୍କୁ ଗୋଲାପଫୁଲ ଓ ଚକଲେଟ ପ୍ରଦାନ କରିଥିଲେ ଏବଂ ଗାଡି ଚଳାଇବା ସମୟରେ ଗାଡିର ସମସ୍ତ କାଗଜପତ୍ର ସାଙ୍ଗରେ ରଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏଥିରେ ପୋଲିସ ଟ୍ରାଫିକ ଥାନା ଅଧିକାରୀ ସୁନୀଲ ବେହେରାଙ୍କ ସହ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here