ବେଆଇନ ଗଛିତ ବାଲି ଖାଦାନ ରେ ଚଡାଉ , ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ

0
481

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରାଜସ୍ୱ ବିଭାଗ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଗୁଡିକ ବିଭିନ୍ନ ସ୍ଥାନରେ ପୂର୍ବରୁ ଗଛିତ ଭାବେ ରଖିଥିବା ଅଭିଯୋଗ ନେଇ ନବରଙ୍ଗପୁର ଉପଜିଲ୍ଲାପାଳ ଓ କୋଡ଼ିଙ୍ଗା ତହସିଲଦାର ଚଡାଉ କରି ମୋଟା ଅଙ୍କର ଫାଇନ ଆଦାୟ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଡ଼ିଙ୍ଗା ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀଘାଟ ରେ ଟେଣ୍ଡେର ରେ ବାଲି ନିଲାମ କରାଯାଇଛି । ଆଗକୁ ବର୍ଷା ଦିନ , ତାପୂର୍ବରୁ ଲିଜଧାରୀ ମାନେ ମନଇଚ୍ଛା ଏବେଠାରୁ ବାଲି ନଦୀରୁ ଆଣି ଗଛିତ ରଖିଛନ୍ତି । ବର୍ଷା ଦିନରେ ନଦୀରେ ପାଣି ଥିବ , ବାଲି କାଢ଼ିବା ଅସୁବିଧା ହେବ , ବାଲି ନମିଳିବା କାରଣ ରୁ ଏହି ଦୁଇ ମାସ ପୂର୍ବରୁ ବାଲି ଗଛିତ ରଖି ବର୍ଷା ଦିନେ ଚଢା ଦରରେ ବାଲି ବିକ୍ରି ସକାଶେ ଦିନରାତି ନଦୀରୁ ବାଲି ଗଛିତ ରଖୁଥିବା ଖବର ପାଇ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ,କୋଡ଼ିଙ୍ଗା ତହସିଲଦାର , ଅତିରିକ୍ତ ତହସିଲଦାର , ରାଜସ୍ୱ ନିରୀକ୍ଷକ ବିଭିନ୍ନ ସ୍ଥାନରେ ଚଡାଉ କରି ୧ ଲକ୍ଷ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here