ପାରିବାରିକ କଳହରୁ ଯୁବକର ଆତ୍ମହତ୍ୟା

0
690

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ବାଉଁଶଲୁଣ୍ଡି ଖଦାଳ ସାହି ରେ ପାରିବାରିକ କଳହ କୁ ନେଇ ବିନୟ ନାୟକ(୩୦) ଆତ୍ମହତ୍ୟା କରିଛନ୍ତି।ସୂଚନା ମୁତାବକ ବିନୟ ଚେନାଇ ରୁ ଗତ୨ଦିନ ତଳେ ଫେରିଥିବାବେଳେ ଗତକାଲି ରାତିରେ ପତ୍ନୀ ସହ କୌଣସି କାରଣରୁ ଝଗଡା ସୃଷ୍ଟି ହୋଇଥିଲା।ଯାହା ଫଳରେ ବିନୟର ପତ୍ନୀ ତାର ବାପା ଘରକୁ ଚାଲିଯାଇଥିଲେ ଏବଂ ବିନୟ ନିଜକୁ ଅସହାୟ ମନେ କରି ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ମନେ କରାଯାଇଛି ।ଆଜି ସକାଳେ କବାଟ ଖୋଲିବାରେ ବିଳମ୍ବ ହେବାରୁ ଶ୍ୱଶୁର ଘର ଲୋକ ସନ୍ଦେହରେ ଘର କବାଟ ଭାଙ୍ଗି ବିନୟ ଆତ୍ମହତ୍ୟା କରିଥିବା ଦେଖିଥିଲେ ଏବଂ ପୋଲିସ କୁ ସୂଚନା ଦେଇଥିଲେ।ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here