ଗଜପତି ଜିଲ୍ଲାର 5ଟି ପୃଥକ ପୃଥକ ମାମଲାରୁ ନିର୍ଦୋଷରେ ଖଲାସ ହେଲେ ଗିରଫ ମାଓନେତା ସବ୍ୟସାଚୀ ପଣ୍ଡା।

0
805

ଗଜପତି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ପୁଣି ଆଉ ଏକ ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦୋଷରେ ଖଲାସ ହୋଇଛନ୍ତି। ଗତ ୨୦୦୯ ମସିହା ଡିସେମ୍ବର ମାସ ୨୮ତାରିଖରେ ରାଇପଅଙ୍କା ଠାରେ ହୋଇଥିବା ସରକାରୀ ବସ ପୋଡି ଏବଂ ମୋବାଇଲ ଟାୱାର ପୋଡ଼ି,୨୦୧୦ ମସିହା ମାର୍ଚ୍ଚ ୨୫ ତାରିଖରେ ବିରିକୋଟ ମୋବାଇଲ ଟାୱାର ପୋଡି,୩୦୧୩ ମସିହା ମାର୍ଚ୍ଚ ୮ ତାରିଖରେ ପ୍ରକାଶ ଦଳବେହେରା ଅପହରଣ ଏବଂ ୨୦୧୨ ମସିହା ଜୁନ ୨୨ ତାରିଖରେ ଲୁହାଗୁଡ଼ି ଠାରେ ମାଓ ସାମଗ୍ରୀ ଜବତ ଘଟଣା ଆଦି ପାଞ୍ଚଟି ମାମଲା ରେ ମାଓ ନେତା ସବ୍ୟସାଚୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।ଏହି ମାମଲାର ବିଚାର କରି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ ଆଜି ଚୂଡାନ୍ତ ରାୟ ଦେଇଛନ୍ତି। ଏହି ସବୁ ମାମଲାରେ ଉପଯୁକ୍ତ ସାକ୍ଷ ପ୍ରମାଣ ଅଭାବରୁ ଅଦାଲତ ସବ୍ୟସାଚୀଙ୍କୁ ଖଲାସ କରିଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ଇତି ମଧ୍ୟରେ ସାରା ଓଡ଼ିଶାରେ ୫୬ଟି ମାମଲାରେ ସବ୍ୟସାଚୀ ନିର୍ଦୋଷରେ ଖଳାସ ହୋଇଥିବାବେଳେ ଗଜପତି ଜିଲ୍ଲାରେ ତାଙ୍କ ନାମରେ ଥିବା ୪୪ଟି ମାମଲା ମଧ୍ୟରୁ ୨୧ ଟି ରେ ସେ ନିର୍ଦୋଷ ରେ ଖଲାସ ହୋଇଛନ୍ତି। ଅନ୍ୟ ୨୩ ଟି ମାମଲା ବିଚାରାଧୀନ ରହିଛି।

LEAVE A REPLY

Please enter your comment!
Please enter your name here