କୋଦଳା କୋର୍ଟ ରେ ନୂତନ ବିଚାରପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା l

0
757

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) -19/07/19-କୋଦଳା କୋର୍ଟର ନୂତନ ବିଚାରପତି (ସିନିୟର ସିଭିଲ)ଭାବେ ଆଜି ବିଷ୍ନୁଦେବ ଜେନା ଯୋଗ ଦେବା ପରେ ତାଙ୍କୁ କୋଦଳା ବାର ଆସୋସିଏସନ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଆସୋସିଏସନ ସଭାପତି ତାରିଣୀ ଚରଣ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ଜୁଡ଼ିସିଆଲ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ (ଜେ ଏମ୍ ଏଫ୍ ସି) ସୁଶ୍ରୀ ସୁକନ୍ୟା ଶତପଥୀ ଯୋଗ ଦେଇ ଥିବା ବେଳେ ଓକିଲ ସଂଘ ପକ୍ଷରୁ ନୂତନ ବିଚାରପତି ଶ୍ରୀ ଜେନାଙ୍କୁ ଶୁଭେଚ୍ଛା ଜଣାଯାଇଥିଲା l ସେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ତାଙ୍କ ବକ୍ତବ୍ୟରେ ଶ୍ରୀ ଜେନା ପ୍ରକାଶ କରିଥିଲେ l ଆଜିର ଏହି ବୈଠକରେ ସଭାପତିଙ୍କ ସମେତ ବରିଷ୍ଠ ଆଇନୀଜୀବୀ ପୂର୍ଣଚନ୍ଦ୍ର ମିଶ୍ର, କେ. ମୋହନ ରାଓ ଦୋରା, ଉଦୟନାଥ ପ୍ରଧାନ, ସୁବାସ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଆଇନଜିବି ଅଂଶଗ୍ରହଣ କରି ସୁଚାରୁ ରୂପେ କୋର୍ଟ ପରିଚାଳନା ପାଇଁ କୋର୍ଟ ଓ ବାର ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ପାଇଁ ପ୍ରତିଶୃତି ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଶୁଭ୍ରମଣି ଦାସ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here