ଶହୀଦ ସୁଶାନ୍ତ ଗୌଡ଼ଙ୍କର 36ତମ ଜନ୍ମ ଜୟନ୍ତୀ ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ

0
612

ଶହୀଦ ସୁଶାନ୍ତ ଗୌଡ଼ଙ୍କର 36ତମ ଜନ୍ମ ଜୟନ୍ତୀ ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ବଡବଜାର ଥାନା ପରିସରରେ ଥିବା ଶହୀଦ ସୁଶାନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। 1983ମସିହା ଜୁଲାଇ 19ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସୁଶାନ୍ତ। ପରେ ସେ 2002 ମସିହା ଜାନୁଆରୀ 14ତାରିଖରେ ତାଙ୍କୁ ଯେତେବେଳେ 25ବର୍ଷ ବୟସ ହୋଇଥିଲା ସେ ବ୍ରହ୍ମପୁର ପୋଲିସ ବାହିନୀରେ ଭର୍ତ୍ତି ହୋଇଥିଲେ। ତେବେ 16ଫେବୃଆରୀ 2008 ମସିହାରେ ଗଂଜାମ-କନ୍ଧମାଳ ସୀମାନ୍ତ ଗସମା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ବୀରତ୍ବର ସହ ଲଢେ଼ଇ କରୁଥିବାବେଳେ ପରଲୋକ ଗମନ କରିଥିଲେ। ଶହୀଦ ସୁଶାନ୍ତ ଗୌଡ଼ଙ୍କ ପାଇଁ ଆଜି ସମସ୍ତେ ଗର୍ବିତ ଏବଂ ସେ ସର୍ବଦା ସ୍ମରଣୀୟ।

LEAVE A REPLY

Please enter your comment!
Please enter your name here