ହାତୀ ଆକ୍ରମଣରେ ବନକର୍ମଚାରୀ ଗୁରୁତର ଆହତ।

0
686

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମୁଜାଗଡ଼ ବନସେକ୍ସନ ବାଇବାଲି ଜଙ୍ଗଲରେ ହାତୀର ଗତିବିଧି ଲକ୍ଷ୍ୟ କରିବାକୁ କିଛି ବନକର୍ମଚାରୀ ଯାଇଥିବା ବେଳେ ହଠାତ ହାତୀକୁ ସାମ୍ନାରେ ଦେଖି କର୍ମଚାରୀମାନେ ଛତ୍ରଭଙ୍ଗ ଦେଇ ଦୌଡ଼ି ଥିଲେ।ଏହି ସମୟରେ ଗାର୍ଡ ଶ୍ରୀମନ ପ୍ରଧାନ ତଳେ ପଡିଯାଇଥିଲେ।ଗୋଟେ ହାତୀ ତାଙ୍କୁ ଶୁଣ୍ଢରେ ଆକ୍ରମଣ କରିଥିଲା।ଅନ୍ୟ କର୍ମଚାରୀଙ୍କ ମାନଙ୍କ ଚିତ୍କାର ଶୁଣି ହାତୀଟି ପଳେଇଥିଲା। ଗୁରୁତର ଅବସ୍ଥାରେ ଶ୍ରୀମନ କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here