ପରଲୋକରେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ

0
230

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜଣାଶୁଣା ଆଇନଜୀବି ଓ ଦୈନିକ ସକାଳର ବ୍ରହ୍ମପୁର ପ୍ରତିନିଧି ଚିରଞ୍ଜିତ ରାଜଗୁରୁଙ୍କ ବିୟୋଗ ହୋଇଯାଇଛି। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳୁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବାପା ଲଳିତ ମୋହନ ରାଜଗୁରୁ, ବଡ଼ଭାଇ ଶକ୍ତିଧର ରାଜଗୁରୁଙ୍କ ସମେତ ପୁଅ, ଝିଅ, ଝିଆରି ସର୍ମ୍ପକୀୟ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ।
ଚିରଞ୍ଜିତ ରାଜଗୁରୁ ସାମ୍ବାଦିକତା କ୍ଷେତ୍ରର ଜଣେ ପରିଚିତ ଚେହେରା ଥିଲେ। ପ୍ରତିଦିନ ଦୁଖୀ ରଙ୍କିଙ୍କର ସେବାରେ ସେ ନିଜକୁ ନିୟୋଜିତ କରିଥିଲେ। ସାମ୍ବାଦିକତା ଏକ ବୃତ୍ତି ନୁହଁ ସାମାଜିକ ମୂଲ୍ୟବୋଧ ବୋଲି କହି ପ୍ରତିଦିନ କିଛି ନା କିଛି ସେବା ଜାରି ରଖିଥିଲେ। ବ୍ରହ୍ମପୁରରେ ଅନେକ ସାମ୍ବାଦିକ ଓ ଓକିଲଙ୍କ ସେ ସାହାରା ଥିଲେ। ଜଣେ ମିଷ୍ଠାଭାଷୀ, ମେଳାପୀ, ସ୍ନେହୀ, ପରୋପକାରୀ ବ୍ୟକ୍ତ ବିଶେଷ ଭାବେ ସେ ଜଣାଶୁଣା ଚେହେରା। ରାତି ହେଉ ଅବା ଦିନ ଯେତେବେଳେ ଫୋନ୍‌ ଟିଏ ଆସେ ସାହାଯ୍ୟ ସହଯୋଗ ପାଇଁ, ସେ ଦୌଡ଼ି ଯାଇ ସହଯୋଗର ହାତ ବଢାଉଥିଲେ। ଏଭଳି ଜଣେ ଅମାୟକ କର୍ତ୍ତବ୍ୟରେ ଦୃଢପୋଣ ଥିବା ବ୍ୟକ୍ତିତ୍ବଙ୍କୁ ହରାଇ ସମଗ୍ର ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ଆଜି ସ୍ତବ୍ଧ ହୋଇଛି। ତାଙ୍କ ତାଙ୍କ ଶେଷ ଦର୍ଶନ କରିବାକୁ ସହରର ହଜାର ହଜାର ଲୋକ ଧାଇଁ ଆସିଥିଲେ। ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ସମାଜସେବୀ ଏ ସନ୍ତୋଷ କୁମାର ପାତ୍ରଙ୍କ ସମେତ ଏମ୍‌କେସିଜି ପରିସରରେ ଓକିଲ, ସାମ୍ବାଦିକ, ବୁଦ୍ଧଜୀବି, ନେତା ମନ୍ତ୍ରୀଙ୍କ ଗହଳି ଲାଗିଥିଲା। ସମସ୍ତଙ୍କ ମୁହଁରେ କୋହ। ଆଖିରେ ଆଖିଏ ଲୁହ ଦେଖିବାକୁ ମିଳିଥିଲା। ପରେ ଏମ୍‌କେସିଜି ପରିସରକୁ ତାଙ୍କ ଜୟପ୍ରକାଶ ନଗର ସ୍ଥିତ ତାଙ୍କ ବାସଭନବକୁ ମରଶରୀର ଅଣାଯାଇଥିଲା। ଏଠାରେ ପରିବାଗର ବର୍ଗ ଓ ସାହି ପଡ଼ିସା, ବନ୍ଧୁ ବାନ୍ଧବ, ଆତ୍ମୀୟ ପରିଜନଙ୍କ ସମେତ ବହୁ ମାଣ୍ୟଗନ୍ୟ ବ୍ୟକ୍ତିବିଶେଷ ଆସି ତାଙ୍କ ଶେଷ ଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here