ଯୁବକଙ୍କ ଆତ୍ମହତ୍ୟା

0
405

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ବେଲଗୁଣ୍ଠା କଂସାରୀ ସାହିରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି ।ଯୁବକଙ୍କ ନାମ ସନ୍ୟାସୀ ସାହୁ,ବୟସ ୨୬ ।ଆଜି ଖରାବେଳେ ନିଜ ରୋଷେଇ ଘର ଛାତ ଫ୍ୟାନ୍ ହୁକ୍ ରେ ବେକରେ ଲୁଗା ଗୁଡେ଼ଇ ଆତ୍ମହତ୍ୟା କରିଛନ୍ତି ।ଖବର ପାଇ ବେଲଗୁଣ୍ଠା ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନା ପଠାଇଥିଲେ ।ବ୍ୟବଚ୍ଛେଦ ପରେ ସନ୍ୟାସୀଙ୍କ ଶବ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।ସେ ବିବାହିତ ଥିଲେ ଏବଂ ତାଙ୍କର ଗୋଟିଏ ଦେଢ଼ ବର୍ଷର ପୁଅଟିଏ ଥିବା ଜଣାପଡିଛି ।ସେ ଜଣେ ସରଳ,ମିଷ୍ଟଭାଷୀ ଯୁବକ ଥିବାରୁ କଂସାରୀ ସାହିରେ ଶୋକରଛାୟା ଖେଳିଯାଇଛି ।ଗ୍ୟାରେଜ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ସନ୍ୟାସୀଙ୍କୁ ହରାଇ ତାଙ୍କ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।ବେଲଗୁଣ୍ଠା ପୋଲିସ ଏ ନେଇ ୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତ

ରିପୋର୍ଟ :ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here