ଗୋ ସୁରକ୍ଷା ନେଇ ଆଲୋଚନା ।

0
557

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ମହାନଗରରରେ ବୁଲୁଥିବା ଗାଇ ଓ ଅନ୍ୟାନ୍ୟ ପଶୁ ମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ଆଲୋଚନା ବ୍ରହ୍ମପୁର ମହାନଗର କମିଶନରଙ୍କ ସହ ହୋଇଥିଲା ।ଅବାଧରେ ସହରରେ ବୁଲୁଥିବା ପଶୁଜନ୍ତୁ ମାନଙ୍କ ଦ୍ବାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବହୁ ଦୁର୍ଘଟଣା ମାନ ଘଟି ବହୁ ଧନ ଜୀବନ ନଷ୍ଟ ହେବାର ବହୁ ନଜିର ରହିଛି ।ଏପରିକି ଏମାନଙ୍କ ଯୋଗୁଁ ବହୁ ସମୟରେ ଟ୍ରାଫିକ ନିୟନ୍ତ୍ରଣ ବାହରକୁ ଚାଲିଯାଉଥିବାର ଦେଖିବାକୁ ମିଳୁଛି ।ଏହାସହ ମାନ୍ୟବର କମିଶନର ବ୍ରହ୍ମପୁରର ବିକାଶ ପାଇଁ ଓ ଗୋ ସମ୍ପଦର ସୁରକ୍ଷା ପାଇଁ ଟ୍ଯାଗ ବ୍ୟବସ୍ଥା କରିଥିଲେ ଏବଂ କହିଥିଲେ ଟ୍ଯାଗ ଲଗାଯାଇଥିବା ଗାଈ ଯଦି ରାସ୍ତାରେ ବୁଲୁଛନ୍ତି ତେବେ ଲାଗିବ ଜରିମିନା । ଏହାକୁ ନେଇ ସେ ଉଚ୍ଚ ପ୍ରଶଂସିତ ହୋଇ ଜନ ମାନସରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିପାରିଛନ୍ତି । ଆଜିର ଏହି ଆଲୋଚନାରେ ଗାଇ ମାଲିକ ମାନେ ଯେଉଁ ଭଳି ଭାବେ ନିଜ ନିଜର ଗର୍ଭବତୀ ଗାଇ ଓ ଅନ୍ୟାନ୍ୟ ପଶୁ ମାନଙ୍କୁ ରାସ୍ତାକୁ ଛାଡିଦେଉଛନ୍ତି ତାହାରି ପ୍ରତିକାର କରିବା ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅନ୍ୟ ଗାଇ ମାଲିକ ମାନେ ଏ ପରି କରିବା ର ସାହାସ କରିବେ ନାହିଁ । ଏହାର ଉତ୍ତରରେ ମାନ୍ୟବର କମିଶନର କହିଥିଲେ ଯେ ଆମେ ଆଇନନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ, ଆମେ ଆଇନରେ ବନ୍ଧା …। ଏଥିରୁ ସୃଷ୍ଟ ଅନୁମାନ ହେଉଛି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯେଉଁ ଟ୍ଯାଗ ବ୍ୟବସ୍ଥା କରିବା ପରେ ମଧ୍ୟ ଗାଇ ମାଲିକ ମାନଙ୍କ ଠାରୁ ଫାଇନ ଆଦାୟ ପାଇଁ ନିୟମ ଦରକାର ତହା ହେଲେ ଏ ଟ୍ଯାଗ କଣ ପାଇଁ ?। ଯଦି ଜନସାଧାରଣଙ୍କ ଅସୁବିଧା ହେଉଛି ତେବେ ସେମାନେ ସ୍ଥାନୀୟ ଥାନାକୁ ଯାଇ ସେ ଟ୍ଯାଗ ଲଗା ଗାଈ ମାଲିକଙ୍କ ବିରୋଧରେ କାସେ ଫାଇଲ କରି ଜନ ସଚେତନତା ସୃଷ୍ଟି କରିବା ପାଇଁ ନିବେଦନ କରିଥିଲେ । ଆଜିର ଏହି ଆଲୋଚନାରେ ସମାଜସେବୀ ଲଲାଟେନ୍ଦୁ ଚୌଧୁରୀ, ସାମ୍ବାଦିକ ଅନିଲ କୁମାର ଚୌଧୁରୀ, ନାରାୟଣ ମହାପାତ୍ର ଓ ବୁଢୁ ପାଢୀ ଯୋଗଦେଇ ପଶୁ ସମ୍ପଦ ସୁରକ୍ଷା ପାଇଁ ନିବେଦନ କରିଥିଲେ …।

LEAVE A REPLY

Please enter your comment!
Please enter your name here