ଘର ଭିତରୁ ମା’ ଝିଅ ଓ ବାପାର ମୃତଦେହ ଉଦ୍ଧାର

0
633

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ପ୍ରଣୟ ପଣ୍ଡା) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁର ଗୋଟିଏ ଘରୁ ତିନି ଜଣଙ୍କ ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ମୃତକ ହେଲେ ସ୍ୱାମୀ ବୃନ୍ଦାବନ ବେହେରା, ସ୍ତ୍ରୀ ଉର୍ମିଳା ବେହେରା ଓ ଝିଅ ସୁନିତା ବେହେରା । ଆଜି ସକାଳୁ ପାଲିଆ ଛତ୍ରପୁର ଗାଁର ମାଝି ସାହିର ଉକ୍ତ ଘରୁ ଏହି ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବୃନ୍ଦାବନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବାବେଳେ ସ୍ତ୍ରୀ ଓ ଝିଅର ମୃତଦେହ ତଳେ ପଡି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ, ଛତ୍ରପୁର ଥାନା ଅଧିକାରୀ, ଛତ୍ରପୁର ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ସେନେଇ ପୋଲିସ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here