ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

0
662

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବୁଧବାର ଦିନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ପଳାଶପୁର ଗାଁର ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ଅମୂଲ୍ୟ ସାହୁଙ୍କ ଧର୍ମପତ୍ନୀ ନମିତା ସାହୁ ବୋଲି ଜଣାପଡିଛି ଏବଂ ପଳାଶପୁର ଛକର ନିଜ ଘର ପାର୍ଶ୍ଵରେ ନମିତାଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ତାଙ୍କ ଘର ନିକଟକୁ ମୃତଦେହ କିପରି ଆସିଲା ବୋଲି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here