ଜୁଆ ଆଡ୍ଡା ଚଢ଼ାଉ, ୩୪,୫୪୦ ଟଙ୍କା ଜବତ, ୬ ଅଟକ

0
303

ବୁଗୁଡା : ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ବେତାରସିଂ ରାଜସ୍ୱ ଗ୍ରାମର ଉପଗ୍ରାମ ଗୋଲା ବଞ୍ଜର ନିକଟସ୍ଥ ରାମଚଣ୍ଡୀ ମନ୍ଦିର ପରିସରରେ ଜୁଆ ଆଡ୍ଡା ଉପରେ ବୁଗୁଡା ପୋଲିସ ଚଢ଼ାଉ କରି ୬ ଜଣ ଜୁଆଡ଼ିକୁ କାବୁକରି ଧରିବାରେ ସଫଳ ହେବା ସହ ୩୪,୫୪୦ ଟଙ୍କା ଜବତ କରିଥିବା ଜଣାପଡିଛି। ଜାନୁଆରୀ ୧୪ ତାରିଖ ଦିନ ଗୋଲା ବାଞ୍ଜର ନିକଟସ୍ଥ ରମାଚଣ୍ଡୀ ମନ୍ଦିର ପରିସରରେ ଜୁଆ ଖେଳ ଚାଲିଥିଲା। କୌଣସି ସୂତ୍ରରୁ ବୁଗୁଡା ପୋଲିସ ଖବର ପାଇ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୬ ଜଣ ଜୁଆଡିକୁ କାବୁକରି ଧରିବାରେ ସଫଳ ହୋଇଥିଲେ। ପୋଲିସ ଜୁଆଡିମାନଙ୍କ ଠାରୁ ୩୪,୫୪୦ ଟଙ୍କା ଓ ତାସ ପତା ଜବତ କରିଥିଲେ। ୬ ଜଣ ଜୁଆଡି ଅଟକ ଥିବା ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here