ମୋବାଇଲ ଦୋକାନରୁ ଚୋରି ଘଟଣାରେ ୫ ଜଣ ଗିରଫ ଓ ଚାରୋଟି ମୋବାଇଲ ସହ କାର ଜବତ

0
321

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲିକୋଟ ଥାନା ଅନ୍ତର୍ଗତ କେଶପୁର ଷ୍ଟେସନ ରୋଡରେ ଥିବା ପୋଲାଇ ଇଲେକ୍ଟ୍ରୋନିକସ ଇଣ୍ଟରପ୍ରାଇସ ନାମକ ଏକ ଦୋକାନରୁ ଗତ ମାସ ୨୨ ତାରିଖ ରାତିରେ ଦୋକାନର ସଟର ଭାଙ୍ଗି  କେତେକ ମୋବାଇଲ ସହ ନଗଦ ଟଙ୍କା ଚୋରି ହୋଇ ଥିବା ଦୋକାନ ମାଲିକ ଖଲିକୋଟ ଥାନାରେ ଅଭିଯୋଗ କରିଥିଲେ। ଖଲିକୋଟ ପୋଲିସ ଏକ ମାମଲା ରୁଜୁ କରି କେସ ନମ୍ବର 536,dt 22-12-20, u/s 457/380 IPC ଆଧାରରେ ଘଟଣାର ଛାନଭିନ କରିବା ସହ  ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଏକ ଟିମ ଗଠନ କରି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ । ଶେଷରେ ଆଜି ପାଞ୍ଚ ଜଣ ଲୁଟେରାଙ୍କ ସହ ଚାରୋଟି ଚୋରା ମୋବାଇଲ ଓ ଅପରାଧ ରେ ବ୍ୟବହୃତ ଗୋଟିଏ ଇଣ୍ଡିଗୋ ଇସିଏସ କାର ନମ୍ବର ଓଡ଼ି ୩୩ସି ୦୫୪୬ କୁ ଜବତ କରିଛି ଖଲିକୋଟ ପୋଲିସ ।ଗିରଫ ୫ ଜଣ ଅଭିଯୁକ୍ତ ହେଲେ ରମେଶ ବେହେରା ଓରଫ ଡମ୍ବୁ(୨୦),ଚନ୍ଦନ ଦାସ(୨୨),ପ୍ରଶାନ୍ତ ପ୍ରଧାନ ଓରଫ କାଳିଆ(୨୭),ସତ୍ୟବାନ ବେହେରା ଓରଫ କାବୁନି(୨୬),ପଞ୍ଚୁ ବେହେରା(୨୮) ।ଗିରଫ ପ୍ରଶାନ୍ତ ପ୍ରଧାନ ର ଘର ସଦର ପୁରୀ ଥାନା ର ଗୋରୁଆଳ ଗ୍ରାମରେ ହୋଇ ଥିବା ବେଳେ ସତ୍ୟବାନ ବେହେରା ର ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ରିସୀପୁର ଗ୍ରାମରେ ।ତେବେ ସମସ୍ତ ୫ ଜଣ ଅଭିଯୁକ୍ତ ବର୍ତ୍ତମାନ ପୁରୀ ଜିଲ୍ଲା ବାସେଳି ସାହି ଥାନା ମିଶ୍ର ସାହି ର ଜଗନ୍ନାଥ ବସ୍ତିରେ ରହୁଥିଲେ ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି ।ଆଜି ଗିରଫ ହୋଇ ଥିବା ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here