ଦୁଇ ପୃଥକ ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବନ ବିଭାଗ

0
430

ଭଞ୍ଜନଗର:ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ର ଢୋଲପିଟା ବନାଞ୍ଚଳ ଅନ୍ତର୍ଗତ ବଦାଙ୍ଗି ଗାଁ ନିକଟରେ ଏକ ଯାତ୍ରୀବାହୀ ଅଟୋ ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ କରିବା ସହ ଅଟୋ ଚାଳକ କୁ ମଧ୍ୟ ଗିରଫ କରିଛି ବନ ବିଭାଗ । ସୂଚନା ପ୍ରକାରେ ଚକାପାଦ ନିକଟ ଘାଟିଗୁଡା ରୁ ଏକ ଅଟୋ ଯୋଗେ ଢୋଲପିଟା ବନାଞ୍ଚଳ ଅନ୍ତର୍ଗତ ବଦାଙ୍ଗି ଅଭିମୁଖେ ଏହି ଶାଗୁଆନ ଗଣ୍ଡି ଚାଲାଣ ହେଉଥିଲା ଭଂଜନଗର ଡିଏଫଓ ଅଭୟ ଦଳାଇ ଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀ ମାନେ ବଦାଙ୍ଗି ନିକଟରେ ଚଢ଼ାଉ କରି ଅଟୋସହ ୫ଖଣ୍ଡ ଶାଗୁଆନ ଗଣ୍ଡି ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବବୋଲି ବନ ବିଭାଗ ସୂଚନା ଦେଇଛି।ଏଥି ସହିତ ଅଟୋ ଡ଼୍ରାଇଭର ଦିଲ୍ଲୀପ କୁମାର ପ୍ରଧାନ କୁ ଗିରଫ କରି କୋର୍ଟ କୁ ଚାଲାଣ କରାଯାଇଛି।ଚଢ଼ାଉରେ ବଦାଙ୍ଗି ବନପାଳ ଅଭିମନ୍ୟୁ ମଲ୍ଲିକ ସମତ ବନରକ୍ଷୀ ଓ ସ୍ମାର୍ଡ କର୍ମଚାରୀ ସାମିଲ ହୋଇଥିଲେ। ସେହିପରି ମୁଜାଗଡ଼ ବନାଞ୍ଚଳ ଗାଲେରୀ ସଂରକ୍ଷିତ ଜଙ୍ଗଲ-୬ ସିଧାପଦର ଜଙ୍ଗଲ ମଧ୍ୟରେ ବନ ଜନ୍ତୁ ଶିକାର ଉଦେଶ୍ୟରେ ଜିଆଇ ତାର ବିଛାଉ ଥିବା ଖବର ପାଇ ବନପାଳ ବଂଶୀଧର ବିଷୋୟୀ ଙ୍କ ନେତୃତ୍ୱରେ ସେଠାରେ ଚଢ଼ାଉ କରାଯାଇଥିଲା। ସେଠାରୁ ଜିଆଇ ତାର ୫୦୦ ଗ୍ରାମ,ବିଦ୍ୟୁତ ତାର,କାଚ ବୋତଲ ଓ ଖୁଣ୍ଟି ଜବତ କରାଯିବା ସହ ବିଞ୍ଝଗିରି ଗ୍ରାମର ପିଣ୍ଟୁ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିରେ ବନରକ୍ଷୀ ଦୀନବନ୍ଧୁ ମିଶ୍ର, ସୁଶାନ୍ତ ମିଶ୍ରଙ୍କ ସମେତ ସ୍କାଡ କର୍ମଚାରୀ ମାନେ ସାମିଲ ହୋଇଥିଲେ

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here