ଜାଗୃତି ଜୁମ୍ବା ଏବଂ ଫିଟନେସ ପଏଣ୍ଟ ଉଦଘାଟିତ

0
419

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଜାଗୃତି ଆର୍ଟ ଏବଂ କଲଚର ଅନୁଷ୍ଠାନ ତରଫରୁ ସୋମବାର ଦିନ ଜାଗୃତି ଜୁମ୍ବା ଓ ଫିଟ୍‌ନେସ ପଏଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୁର୍ନୀତି ନିବାରଣ ଅଧିକ୍ଷକ ଶାନ୍ତନୁ କୁମାର ପାଢ଼ୀ ଏବଂ ଆନ୍ତର୍ଜାତିକ ଭାରତ୍ତୋଳକ କେ. ରବି କୁମାର ଯୋଗଦେଇ ଉଦଘାଟନ କରିଥିଲେ। ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ ବ୍ୟାଙ୍କ କଲୋନୀ ୫ମ ଗଳି (ଟାୱାର ଲାଇନ୍‌)ରେ ଏକବଡ଼ଧରଣର କୋଠାରେ ଶୀତତାପ ନିୟନ୍ତ୍ରଣ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ଫିଟ୍‌ନେସ ପଏଣ୍ଟ ଖୋଲିଛି। କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ହିଁ ସଂପଦ। ନିଜକୁ ଫିଟ ରଖିପାରିଲେ ହିଁ ନିଜର ଇମ୍ୟୁନିଟି ବଢ଼ିବା ସହ ଆଗକୁ ରୋଗ ସହିତ ଲଢ଼ିବାର ଶକ୍ତି ମିଳିବ।

ଏହି ପଏଣ୍ଟରେ ଅତ୍ୟାଧୁନିକ ମେସିନ ଲଗାଯାଇଛି। ଯାହାଦ୍ୱାରା ନିଜର ଫିଟ୍‌ନେସ ଅତିଶୀଘ୍ର ଏବଂ ଆରାମରେ ବଢ଼ାଇ ଯାଇପାରିବ। କରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାସ୍କ, ଗ୍ଲୋବସ୍‌, ସାମାଜିକ ଦୂରତା ରକ୍ଷା କରି ଏହା ତାହାର ସେବା ଯୋଗଇଦେବ। ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଅଲଗା ସମୟ ନିର୍ଘଣ୍ଟରେ ଏହା କାର୍ଯ୍ୟ କରିବ ବୋଲି ମୁଖ୍ୟ ବ୍ୟବସ୍ଥାପକ ହେମାଙ୍ଗ ପ୍ରସାଦ ରାଉଳ ଏବଂ ସଂପାଦିକା ରଶ୍ମିତା ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here