କୁକୁଡାଖଣ୍ଡିର ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କଲେ ଇପ୍ସିତା ମିଶ୍ର

0
580

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଆଜି ଶ୍ରୀମତୀ ଇପ୍ସିତା ପ୍ରିୟଦର୍ଶନି ମିଶ୍ର କୁକୁଡାଖଣ୍ଡିର ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ଶ୍ରୀମତୀ ମିଶ୍ର ପୁରୁଷୋତ୍ତମପୁର ତହସିଲଦାର ଭାବେ ସୁଚାରୁରୂପେ କାର୍ଯ୍ୟକରୀ ଦକ୍ଷତା ପ୍ରତିପାଦନ କରିଥିଲେ । ଏବଂ ପରେ ସେ ବ୍ରହ୍ମପୁର ମୁନ୍ୟସିପାଲଟିରେ ବସ୍ତି ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡ଼ିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ଅତିରିକ୍ତ ତହସିଲଦାର ଅମ୍ରିତ ମହାନ୍ତି, ନାଜିର ସନ୍ତୋଷ ଆଚାର୍ଯ୍ୟ ଓ ସମସ୍ତ କର୍ମଚାରି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଗତ ଡିସେମ୍ବର ମାସଠାରୁ କୁକୁଡାଖଣ୍ଡିର ତହସିଲଦାର ବଦଳି ହେବା ପରେ ବିଡିଓ ଗଦାଧର ପାତ୍ର ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ୱ ନେଇ କାର୍ଯ୍ୟ କରୁଥିଲେ । ତହସିଲରେ ପେଣ୍ଡିଂ ରହିଥିବା ବିଭିନ୍ନ ପଟ୍ଟା ଗୁଡିକୁ ଲୋକମାନଙ୍କୁ ପ୍ରଦାନ କରାଯିବା ସହ ରାଜସ୍ୱ ବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ନୂତନ ତହସିଲଦାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here