ଆସନ୍ତା ୨ ଠାରୁ ୫ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସୂଚନା

0
524

ଭୁବନେଶ୍ୱର: (ନ୍ୟୁଜ୍ ଏକ୍ସଟ୍ର। ) ୪ ଦିନ ଧରି ତଥ। ଆସନ୍ତା ୨ ଠାରୁ ୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଭୁବନେଶ୍ୱରରେ ଥିବ। ଆଞ୍ଚଳିକ ପାଣିପାଗ ବିଭାଗ ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୩ ଓ ୪ ତାରିଖରେ ଅରେଞ୍ଜ ଆଲର୍ଟ ଜାରି କରିଛି । ଆସନ୍ତା ୪ ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଅନୁମାନ କରାଯାଉଛି । ୩ ଅ।ଉ ୪ ତ।ରିଖରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ଭିତରେ ନବରଙ୍ଗପୁରରେ ସର୍ବାଧିକ ବର୍ଷା ୧୦୭.୨ ମିଲିମିଟର ରେକର୍ଡ କରାଯାଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । କୋରାପୁଟ, କଳାହାଣ୍ଡି, ମାଲକାନଗିରି, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ରରେ୨ ତାରିଖଠାରୁ ପ୍ରବଳ ବର୍ଷା ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here