କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ହତ୍ୟା

0
590

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ଚିରିକିପଡ଼ାଶାସନ ପଞ୍ଚାୟତର ଏକ କେନାଲ ନିକଟରେ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟ ଖଜୁରିଆପଡ଼ା ଗ୍ରାମର ଶେଖ୍ ଇମ୍ତିଆଜ୍ ଖାନ୍ (୩୫)। ସେ ନରସିଂହପଲ୍ଲୀର ବନିତା ନାୟକଙ୍କୁ ଗତ ୧୦ ବର୍ଷ ତଳେ ବିବାହ କରିଥିଲେ ଏବଂ ତାଙ୍କର ୭ ବର୍ଷର ଏକ ପୁଅ ଅଛି । ମୃତକ ଡ୍ରାଇଭର୍ ଭାବେ ନିକଟସ୍ଥ ବି.ନୂଆପଲ୍ଲୀ ଗ୍ରାମର ଜଣେ ଟ୍ରାକ୍ଟର ମାଲିକଙ୍କ ନିକଟରେ କାମ କରୁଥିଲେ। ପୂର୍ବରୁ ସେଠାରେ ସନ୍ତୋଷ ନାହାକ (୫୫) ଡ୍ରାଇଭର୍ ଭାବେ କାମ କରୁଥିଲେ। ଇମ୍ତିଆଜ୍ ଟ୍ରାକ୍ଟର ଚାଳକ ଭାବେ କାମରେ ଯୋଗ ଦେବା ଦିନ ଠାରୁ ସନ୍ତୋଷ ଓ ତାଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ନରସିଂହପଲ୍ଲୀ ଛକ ଓ ଦଶମଇଲ ଛକ ମଧ୍ୟସ୍ଥ କେନାଲ ନିକଟରେ ଇମ୍ତିଆଜଙ୍କୁ ସନ୍ତୋଷ ଓ ଅନ୍ୟ ଦୁଇରୁ ତିନି ଜଣ ସହଯୋଗୀ କାଠ ଫାଳିଆରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ନିର୍ମମ ଭାବେ ପିଟିବା ପରେ ମରି ଯାଇଥିବା ଭାବି ଛାଡ଼ି ଚାଲି ଯାଇଥିଲେ। ପରିବାର ଲୋକେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଶେଖ୍ ଇମ୍ତିଆଜ୍ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ମୃତ ଶେଖ୍ ଇମ୍ତିଆଜ୍ଙ୍କ ପତ୍ନୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲସରା ଥାନା ଅଧିକାରୀ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଥିଲେ।

LEAVE A REPLY

Please enter your comment!
Please enter your name here